ଥାନା ଆଗରେ ନିଜକୁ ଜାଳିଦେଲେ ମହିଳା

ମାହାଙ୍ଗା/କଟକ,୧୭ା୮(ଯଯାତି ସିଂହ/ଶିଳ୍ପା ପ୍ରିୟଦର୍ଶିନୀ): ଏକ ଚୋରି ମାମଲାରେ କଟକ ଜିଲା ମାହାଙ୍ଗା ପୋଲିସ ଅଟକ ରଖିଥିବା ଜଣେ ବ୍ୟକ୍ତି ନିର୍ଦ୍ଦୋଷ ବୋଲି ଦାବି କରିଥିଲେ ତାଙ୍କ ସ୍ତ୍ରୀ। ସେ ଅନେକ କାକୁତିମିନତି ହୋଇଥିଲେ, କିନ୍ତୁ ପୋଲିସ ତାଙ୍କୁ ପ୍ରବଳ ଗାଳି ଦେଇଥିଲା। ଏଥିରେ ମ୍ରିୟମାଣ ହୋଇ ମହିଳା ଜଣକ ଶୁକ୍ରବାର ଅପରାହ୍ନରେ ମାହାଙ୍ଗା ଥାନା ସମ୍ମୁଖରେ ନିଜକୁ ଜାଳିଦେଇ ଆତ୍ମାହୁତି ଉଦ୍ୟମ କରିଛନ୍ତି। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସେ ହେଲେ ନୃତାଙ୍ଗ ପଞ୍ଚାୟତ ଖର୍ତ୍ତାଙ୍ଗ ଗ୍ରାମର ଶଙ୍କର ଦାସଙ୍କ ସ୍ତ୍ରୀ ରଶ୍ମିତା। ତାଙ୍କ ଶରୀରର ୫୦ଭାଗରୁ ଅଧିକ ଜଳିଯାଇଛି। ଏହି ଘଟଣା ପରେ ପୋଲିସର ଦାୟିତ୍ୱବୋଧତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୨୨।୭।୨୪ରେ ମାହାଙ୍ଗା ଥାନା ଅନ୍ତର୍ଗତ ନୃତାଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଚୋରି ହୋଇଥିଲା। ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଜାରି ରଖିଥିଲା। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ଗୁରୁବାର ରାତିରେ ଶଙ୍କରଙ୍କୁ ଉଠାଇ ନେଇଥିଲା। ଶୁକ୍ରବାର ସକାଳେ ଶଙ୍କରଙ୍କ ସ୍ତ୍ରୀ ରଶ୍ମିତା ଥାନାକୁ ଯାଇ ତାଙ୍କ ସ୍ବାମୀ ନିର୍ଦ୍ଦୋଷ ଏବଂ ତାଙ୍କୁ ଛାଡି ଦେବା ପାଇଁ ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ ଓ ଦାୟିତ୍ୱରେ ଥିବା ତଦନ୍ତକାରୀ ମହିଳା ପୋଲିସ ଅଧିକାରୀଙ୍କୁ ଆକୁଳ ନିବେଦନ କରିଥିଲେ। ମାତ୍ର ଉଭୟ ପୋଲିସ ଅଧିକାରୀ ତାଙ୍କୁ ଗାଳିଗୁଲଜ କରିଥିଲେ। କୌଣସି ସୁଫଳ ନ ମିଳିବାରୁ ସେ ଥାନାରୁ ଚାଲିଯାଇଥିଲେ। ପରେ ଅପରାହ୍ନ ୧ ଟା୧୦ ମିନିଟ୍‌ରେ ଥାନା ପରିସରରୁ ମାତ୍ର ୧୦ ମିଟର ଦୂରରେ ନିଜ ଦେହରେ ପେଟ୍ରୋଲ ଢାଳି ନିଅଁା ଲଗେଇ ଦେଇଥିଲେ। ପୋଲିସ ଓ ସ୍ଥାନୀୟ ଜନସାଧାରଣ ତାଙ୍କୁ ଉଦ୍ଧାର କରି ମାହାଙ୍ଗା ହସ୍ପିଟାଲକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇ ଆଇସିୟୁରେ ଭର୍ତ୍ତି କରାଯାଇଛି। ୨ ପୋଲିସ ଅଧିକାରୀ ତାଙ୍କ କଥା କିଛି ନ ଶୁଣି ପ୍ରବଳ ଗାଳି ଦେଇଥିଲେ ବୋଲି ରଶ୍ମିତା କହିଛନ୍ତି। ତାଙ୍କର ଏଭଳି ଅବସ୍ଥା ପାଇଁ ସେ ପୋଲିସକୁ ଦାୟୀ କରିଛନ୍ତି। ଘଟଣା ପରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ତଦନ୍ତ କରିଛି। ଅପରପକ୍ଷେ ଚୋରି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ ଶଙ୍କରଙ୍କ ସମେତ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।
ଏ ସମ୍ପର୍କରେ ଏସ୍‌ସିବି ମେଡିକାଲର ପ୍ରଶାସନିକ ଅଧିକାରୀ ଡା. ଅବିନାଶ ରାଉତ କହିଛନ୍ତି, ମହିଳାଙ୍କ ଶରୀରର ଅଧାରୁ ଅଧିକ ପୋଡ଼ି ଯାଇଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟପକ୍ଷରେ ପୀଡ଼ିତାଙ୍କ ଅଭିଯୋଗ ସମ୍ପର୍କରେ ଥାନା ଅଧିକାରୀ ମଲ୍ଲିକଙ୍କୁ ପଚରାଯିବାରୁ ସେ ଏ ବିଷୟରେ କିଛି କହିବେ ନାହିଁ ବୋଲି କହିଛନ୍ତି। ସୂଚନାଥାଉ କି ଥାନାକୁ ଯାଉଥିବା ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର କରିବା ପାଇଁ ସରକାର ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ଗୁରୁତ୍ୱ ଦେବା ସହ ବିଭିନ୍ନ ସମୟରେ ଥାନା ସ୍ତରର ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। କିନ୍ତୁ ଏହାର ପ୍ରଭାବ ପଡ଼ୁ ନ ଥିବାରୁ ଉପରୋକ୍ତ ଘଟଣା ପ୍ରାୟତଃ ଦେଖିବାକୁ ମିଳୁଛି। ପୀଡ଼ିତା ମହିଳାଙ୍କୁ ଗାଳି ବଦଳରେ ବୁଝାଶୁଝା କରାଯାଇଥିଲେ ସେ ନିଜକୁ ଜାଳି ଦେବା ଭଳି ଚରମପନ୍ଥା ଆପଣାଇ ନ ଥାନ୍ତେ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଟଳିନି ବିପଦ: ଆହୁରି ୨ ଦିନ ନିର୍ଧୁମ ଛେଚିବ

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା):  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ତେବେ ଏହାର...

ବାତ୍ୟା ପରେ ବାତିଲ୍‌ ହୋଇଥିବା ଟ୍ରେନ୍‌….

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା)- ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଭଦ୍ରକ-ଧାମରା, କଟକ-ପାରାଦୀପ, ହରିଦାସପୁର-ପାରାଦୀପ, ଯଖପୁରା-କେନ୍ଦୁଝର, କଟକ-ତାଳଚେର ଏବଂ ଖୋର୍ଦ୍ଧା ରୋଡ଼-ଭଦ୍ରକ ରେଳ ସେକ୍ସନ ଗୁଡିକରେ ପାଣିପାଗ ବିଜ୍ଞାନ...

୧୫ବର୍ଷ ପରେ ହଠାତ୍ ବାଜିଲା ଏମର୍ଜେନ୍ସି ସାଇରନ୍‌: ବ୍ଲେଡ୍‌ରେ ଜେଲର ଓ ୱାର୍ଡରଙ୍କ ହାତ କାଟି ଦେଲେ କଏଦୀ

ଭୁବନେଶ୍ୱର,୨୫ା୧୦(ସତ୍ୟଜିତ୍‌ ରାଉତ): ଗ୍ୟାଙ୍ଗ୍‌ଓ୍ବାର, କଏଦୀଙ୍କୁ ମାଡ଼ ଓ ନିଶା କାରବାରକୁ ନେଇ ଚର୍ଚ୍ଚାରେ ରହୁଥିବା ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା...

ବିଜେଡିକୁ ଝଟ୍‌କା ପରେ ଝଟ୍‌କା: ଗାଦିଚ୍ୟୁତ ହେଲେ… 

ଭୁବନେଶ୍ୱର,୨୫।୧୦: ବିଜେଡିକୁ ଝଟ୍‌କା ପରେ ଝଟ୍‌କା। ଚଳିତ ନିର୍ବାଚନ  ହାରିବା ପରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ଦଳର ବରିଷ୍ଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri