Categories: ଫୁରସତ

କୁକୁର ସହ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ କଲେ ମହିଳା, କାରଣ ଜାଣିଲେ…

ବିବାହ ପୂର୍ବରୁ ବରକନ୍ୟା ଏବେ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ କରୁଛନ୍ତି। କିନ୍ତୁ ଜଣେ ଯୁବତୀ ଏକ କୁକୁର ସହ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ କରିଛନ୍ତି। ଏହି ସମୟର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ହାନା କିମ୍‌ଙ୍କ ଦୀର୍ଘଦିନର ପ୍ରେମିକ ଜାରାଡ ବ୍ରିକମ୍ୟାନଙ୍କ ସହ  ଓରେଗନ ଜଙ୍ଗଲରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହାନା ଏକ ଧଳା ରଙ୍ଗର ଗାଉନ୍‌ ପିନ୍ଧିଥିଲେ। ତାଙ୍କ ସହ ତାଙ୍କ କୁକୁର ବି ଆସିଥିଲା। ହାନା କୁକୁରକୁ ବି ବରବେଶରେ ସଜାଇଥିଲେ। ସେ କୁକୁରକୁ ନେଇ ଏକ ପୁଷ୍ପଗୁଚ୍ଛ ଦେଇଥିଲେ। ତା’ ସହ ଫଟୋ ବି ଉଠାଇଥିଲେ। ହାନା କୁହନ୍ତି, ସେ ତାଙ୍କ କୁକୁରକୁ ବହୁତ ଭଲ ପାଆନ୍ତି। କୁକୁରକୁ ଏହି ବେଶରେ ଦେଖି ସେ ବହୁତ ଖୁସି।

ହାନା ଏହି ଫଟୋକୁ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ମୁଁ ଚାହୁଁଥିଲି ମୋର ପ୍ରଥମ ଫଟୋ ମୋ ପୋଷା କୁକୁର ସହ ଉଠୁ। ଯାହା ଆଜି ସଫଳ ହୋଇଛି। ତାଙ୍କ କୁକୁରର ନାମ ଗମ୍ବୋ। କୁକୁରକୁ ବର ବେଶରେ ଦେଖିବା ପାଇଁ ତାଙ୍କର ଇଚ୍ଛା ଥିଲା। ଯେଉଁ ଇଚ୍ଛା ଆଜି ପୂରଣ ହୋଇଛି।

Share