Categories: ଫୁରସତ

ଝରକାରୁ ଡେଇଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ମହିଳା, ଆଉ ତା’ପରେ

କଥାରେ ଅଛି ରଖେ ହରି ମାରେ କିଏ। ଏମିତି କିଛି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ। ଜଣେ ମହିଳା ଆତ୍ମହତ୍ୟା କରିବାକୁ ଚାହୁଁଥିଲେ। ତେଣୁ ସେ ଘରର ପଛପଟ ଝରକାରୁ ଡେଇଁବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେ ମୁହଁକୁ ଏକ କଳା ରଙ୍ଗର କପଡ଼ାରେ ଗୁଡ଼ାଇ ଦେଇଥିଲେ। ମହିଳା ଜଣଙ୍କ ଝରକାରୁ ତଳକୁ ଡେଇଁବାକୁ ଚେଷ୍ଟାକରୁଥିବା ଦେଖି ତଳେ ଛିଡ଼ା ହୋଇଥିବା ଲୋକମାନେ ହୋ ହଲ୍ଲା କରିବା ଆରମ୍ଭ କରିଦେଲେ। ଏଥିସହ ଅଗ୍ନିଶମ କର୍ମଚାରୀଙ୍କୁ ସେମାନେ ଫୋନ୍‌ କରି ଡାକିଲେ। ବହୁ ସମୟ ପରେ ମହିଳାଙ୍କୁ ସେଠାରୁ ତଳକୁ ଅଣାଗଲା। ତେବେ ସେ ମାନସିକ ରୋଗୀ ବୋଲି ଜଣାପଡ଼ିଛି।

Share