ସ୍ବାମୀ ଶୋଇଥିବା ସମୟରେ ଲୁହା ପାଇପ୍‌ରେ ମୁଣ୍ଡକୁ ପିଟି ହତ୍ୟା କଲେ ସ୍ତ୍ରୀ, କାନ୍ଦିକାନ୍ଦି ଥାନାରେ…

ବାଲିଶଙ୍କରା,୧୧।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଶୁଖାମହାଦେବ ପଡ଼ାର ଡୁଙ୍ଗୁରୀ ପଡ଼ାରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳା ସ୍ବାମୀଙ୍କୁ ଲୁହା ପାଇପ୍‌ରେ ପିଟି ହତ୍ୟା କରିବା ପରେ ଆତ୍ମସମର୍ପଣ କରିଛନ୍ତି। ମୃତକ ହେଲେ ପ୍ରକାଶ କୁଜୁରୁ (୪୫)। ସ୍ତ୍ରୀ ସୁଷମା କୁଜୁର।
ସୂଚନାଯୋଗ୍ୟ, ରାତିରେ କୌଣସି କଥାକୁ ନେଇ ସୁଷମା ପ୍ରକାଶଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ପରେ ପ୍ରକାଶ ଶୋଇ ପଡ଼ିଥିବା ବେଳେ ସୁଷମା ଲୁହା ପାଇପ୍‌ରେ ତାଙ୍କ ମୁଣ୍ଡକୁ ପିଟି ହତ୍ୟାକରିଥିଲେ। ଥାନାକୁ ଯାଇ ମୁଁ ନିଜେ ମୋ ସ୍ବାମୀଙ୍କୁ ହାତ୍ୟା କରିଥିବା କାନ୍ଦିକାନ୍ଦି କହି ଆତ୍ମସମର୍ପଣ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।