ମହିଳାଙ୍କୁ ବିଭତ୍ସ ହତ୍ୟା, ଛୁରି ଭୁସି ମାରିଲେ

ଚନ୍ଦକା,୭।୧୧:  ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଗୋଠପାଟଣାରେ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଛି। ଛୁରିରେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ମହିଳାଙ୍କ ନାମ ସସ୍ମିତା ବେହେରା ବୋଲି ଜଣାପଡିଛି ।
ସୂଚନରାଯାଗ୍ୟ, ଗୋଠପାଟଣା ବଜାରରେ ସସ୍ମିତ ଏକ ଜଳଖିଆ ଦୋକାନ କରିଥିଲେ । ପରିବାର ସହ କ୍ରିଷ୍ନାପୁରୀ କଲୋନୀରେ ରହୁଥିଲେ।
ମୃତଦେହ ମିଳିବା ଖବର ପାଇ ଚନ୍ଦକା ପୋଲିସ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।  କିଏ ଓ କାହିଁକି ମାଲିଲା ସେ ନେଇ କିଛି ତଥ୍ୟ ପୋଲିସର ହସ୍ତଗତ ହୋଇନାହିଁ।
Share