ମହିଳାଙ୍କୁ ବୀଭତ୍ସ ହତ୍ୟା

ବାଲେଶ୍ୱର ଅଫିସ,୧୩।୧: ବାଲେଶ୍ୱର ସଦର ଥାନା ନଗ୍ରମ ନିକଟରେ ମହିଳାଙ୍କୁ ବୀଭତ୍ସ ହତ୍ୟା ହୋଇଛି। ପୋଲ ଉପରେ ମହିଳାଙ୍କୁ ହତ୍ୟା କରିବା ପରେ କେହି ଦୁର୍ବୃତ୍ତ ତାଙ୍କୁ ପୋଲ ତଳକୁ ଫିଙ୍ଗିଦେଛନ୍ତି। ବିବାହିତା ମହିଳା ଜଣକ ହେଲେ ରାଇସୁଆଁ ଅଞ୍ଚଳ ଶିବାନୀ ନାୟକ। ତାଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି। ହତ୍ୟାର କାରଣ ଜଣାପଡ଼ି ନାହିଁ। ଖବରପାଇ ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ତଦନ୍ତ ଜରିରହିଥିବା ବେଳେ ଫରେନ୍ସିକ ଟିମ ପହଞ୍ଚିଛନ୍ତି।
ସୂଚନାଯୋଗ୍ୟ, ଶିବାନୀ ୧୦ବର୍ଷ ପୂର୍ବରୁ ସ୍ବାମୀଙ୍କଠାରୁ ଅଲଗା ହୋଇ ବାପ ଘରେ ରହୁଥିଲେ। ସେ ଗାଁ ରେ ଏକ ଦୋକାନ ଦେଇଥିବା ବେଳେ ଗତ ରାତି ୧୦ଟା ପରେ ସେ ଘରୁ କେଉଁଆଡେ ପଳାଇ ଯାଇଥିଲେ ବୋଲି ପରିବାର ଲେକେ କହିଛନ୍ତି।