ମହିଳାଙ୍କୁ ପୋଡ଼ି ମାରିଦେଲେ, ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ଭାଇ

ଭବାନୀପାଟଣା,୨୬ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚିଚୈଗୁଡ଼ା ଗ୍ରାମରେ ରବିବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବିଧବା ମହିଳାଙ୍କୁ ଘରେ ପୋଡ଼ି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ମୃତ ମହିଳାଙ୍କ ନାମ ପଦ୍ମାବତୀ ମେହେର(୪୦)। ସେ ଘରେ ଏକୁଟିଆ ରହୁଥିବା ବେଳେ ଶନିବାର ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ନିଆଁରେ ପୋଡ଼ି ଦେଇ ହତ୍ୟା କରିଥିବା ତାଙ୍କ ଭାଇ ବଳରାମ ମେହେର ଅଭିଯୋଗ ଆଣିଛନ୍ତି। ତେବେ ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସେ ସନ୍ଦେହ କରିଛନ୍ତି। ଏପରିକି ମୃତ ମହିଳାଙ୍କ ଘର କବାଟ ଆଗ ପଟରେ ତାଲା ଝୁଲୁଥିବାରୁ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ଭଳି ସନ୍ଦେହ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ଜୁନାଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share