Advertisement

ଚକୋଲେଟ୍‌ ଡବାରେ ଏମିତି ଉପାୟରେ ସୁନା ନେଉଥିଲେ ମହିଳା, ଆଉ ତା’ ପରେ…

ମୁମ୍ବାଇ,୨୯ା୧୨: ସୁନାଚୋରି ଅଭିଯୋଗରେ ମୁମ୍ବାଇ ଏୟାରପୋର୍ଟ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ଏହି ମହିଳା ଚୋରି କରିବାର ଉପାୟ ଜାଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।


ମହିଳା ଜଣକ ଚକୋଲେଟ୍‌ର କାର୍ବନ ପେପର ରାପର ପରି ସୁନା ଚୋରି କରୁଥିଲେ। କଷ୍ଟମ ବିଭାଗ ତାଙ୍କଠାରୁ ୪୮୧ ଗ୍ରାମ ସୁନା ଜବତ କରିଛି। ମହିଳା ଜଣକ ରାପର ଭାବେ ଚକୋଲେଟ୍‌ ବକ୍ସରେ ନେଉଥିଲେ। ସ୍କ୍ରିନିଂ ମେଶିନରୁ ବଞ୍ଚିବା ପାଇଁ ସୁନାକୁ କାର୍ବନ ପେପର ଏବଂ କାର୍ଡବୋର୍ଡ ସହିତ ମିଶାଇ ନେଉଥିଲେ। ଅଧିକାରୀମାନେ ଚୋରିର ତରିକା ସମ୍ପର୍କରେ କହିଛନ୍ତି, ସୁନାକୁ ପ୍ରଥମେ ତରଳାଇ ଦେଇଥିଲେ। ଏହା ପରେ ଏକ କାର୍ଡବୋର୍ଡ ବକ୍ସ ମଧ୍ୟରେ ନୀଳ ରଙ୍ଗର କାର୍ବନ ପେପର ଉପରେ ଚକୋଲେଟ୍‌ ରାପର ଉପରେ ରଖିଥିଲେ। ଯାହାକି ଯାଞ୍ଚ ସମୟରେ ଜଣାପଡ଼ିଥିଲା।


ସୁନା ଚୋରା ଚାଲାଣ ମାମଲାରେ କେରଳ ଭାରତରେ ଏକ ସୁରକ୍ଷିତ ସ୍ଥାନ ପାଲଟିଛି। ଭାରତରେ ସୁନା ଚୋରା ଚାଲାଣ ଏବଂ ଆତଙ୍କବାଦୀ ନେଟ୍‌ଓ୍ବାର୍କ ମଧ୍ୟରେ ଲିଙ୍କ୍‌ ଥିବା ନେଇ ଏନ୍‌ଆଇଏ ଦୃଷ୍ଟି ରଖିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share