Categories: ଫୁରସତ

ପ୍ରେମିକାଙ୍କ ସହ ବୁଲୁଥିଲେ ସ୍ବାମୀ, ରେଡ୍‌ ହ୍ୟାଣ୍ଡ୍‌ରେ ଧରିଲେ ସ୍ତ୍ରୀ, ଆଉ ତା’ ପରେ…

ଆଜି ଭାଲେଣ୍ଟାଇନ୍‌ ଡେ’ରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ ପ୍ରେମ ଏବଂ ବିଶ୍ୱାସ ଉପରେ ନିର୍ଭର କରେ। କିନ୍ତୁ ଯଦି ଏହି ଦୁଇଟି ଭାବନା ମଧ୍ୟରୁ ଗୋଟିଏର ଅଭାବ ରହେ, ତେବେ ସମ୍ପର୍କ ସେଠାରେ ହିଁ ନଷ୍ଟ ହୋଇଯାଏ। କିନ୍ତୁ ମାଲେସିଆରେ ଆଜି ଘଟିଥିବା ଏକ ଘଟଣା ଜାଣିବା ପରେ ଲାଗୁଛି, ବୋଧହୁଏ ଏହି କଥାକୁ ସମ୍ପୂର୍ଣ୍ଣ ଭୁଲ୍‌ ବୋଲି ପ୍ରମାଣ କରିଛନ୍ତି ଜଣେ ମହିଳା। ସେ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ବାମୀ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଛନ୍ତି। ସେ ଦୁହିଁଙ୍କୁ ରେଡ୍‌ ହ୍ୟାଣ୍ଡ୍‌ରେ ଧରିଥିଲେ। କିନ୍ତୁ ତା’ପରେ ସେ ତାଙ୍କ ସ୍ବାମୀଙ୍କଠାରୁ ଏକ ବଡ଼ ସତ କଥା ଜାଣିବାକୁ ପାଇଲେ। ସତ ଏହା ଥିଲା ଯେ, ତାଙ୍କ ସ୍ବାମୀ ତାଙ୍କ ସହ ଖୁସି ଅନୁଭବ କରୁ ନ ଥିଲେ। ତା’ପରେ ସେ ତାଙ୍କୁ କ୍ଷମା କରିଦେଲେ ଏବଂ ବର୍ତ୍ତମାନ ତାଙ୍କ ସ୍ବାମୀଙ୍କର ସମ୍ପର୍କକୁ ନେଇ ମହିଳାଙ୍କର ଆପତ୍ତି ନାହିଁ। ତାଙ୍କର ଖୋଲାଖୋଲି ସମ୍ପର୍କ ଅଛି ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ବହୁତ ଖୁସି ଅଛନ୍ତି। ତେବେ ଏହା କେମିତି ସମ୍ଭବ ହେଲା ଜାଣନ୍ତୁ ସେ ସମ୍ପର୍କରେ…

ଏକ ରିପୋର୍ଟ ଅନୁଯାୟୀ, ମାଲେସିଆର ଜଣେ ୩୨ ବର୍ଷୀୟା ମହିଳା ତାଙ୍କ ନାମ ପ୍ରକାଶ ନ କରି @twtsecretsmy ନାମକ ଏକ ଟୁଇଟର ଆକାଉଣ୍ଟରେ ନିଜର ରହସ୍ୟ ସ୍ବୀକାର କରିଛନ୍ତି। ମହିଳା ଜଣକ କହିଛନ୍ତି, ସେ ବିବାହିତ ଏବଂ ତାଙ୍କର ୫ବର୍ଷର ଗୋଟିଏ ସନ୍ତାନ ଅଛି। ପ୍ରତାରଣା ବେଳେ ସେ ତାଙ୍କ ସ୍ବାମୀଙ୍କୁ ରେଡ୍‌ ହ୍ୟାଣ୍ଡ୍‌ରେ ଧରିଥିଲେ। ସେ ନିଜକୁ ବହୁତ ଖରାପ ଅନୁଭବ କଲେ ଏବଂ ସେମାନଙ୍କ ମଧ୍ୟରେ ଝଗଡ଼ା ବି ହେଲା। ଯେଉଁ ମହିଳାଙ୍କ ସହ ତାଙ୍କ ସ୍ବାମୀଙ୍କର ପ୍ରେମ ସମ୍ପର୍କ ଥିଲା ସେ ମଧ୍ୟ ବିବାହିତ ଥିଲେ।

ତା’ପରେ ସ୍ବାମୀ ନିଜ ସ୍ତ୍ରୀଙ୍କ ସମ୍ମୁଖରେ ନିଜର ଭାବନା ପ୍ରକାଶ କରିଥିଲେ। ସେ କହିଥିଲେ, ସେ ଅଧିକ ରୋମାନ୍ସ ଚାହୁଁଛନ୍ତି ଏବଂ ସନ୍ତାନ ଜନ୍ମ ପରେ ସେ ତାଙ୍କ ସ୍ତ୍ରୀଙ୍କୁ ଭେଟି ପାରିବେ ନାହିଁ। ଏହି କାରଣରୁ ସେ ଏହି ଘଟଣାରେ ବହୁତ ଖୁସି। ତା’ପରେ ମୁଁ ଜାଣେ ନାହିଁ କ’ଣ ହେଲା, ମହିଳାଙ୍କ ସମସ୍ତ ରାଗ କେଉଁଆଡ଼େ ଉଭେଇ ଗଲା। ସେ ତାଙ୍କ ସ୍ବାମୀଙ୍କର ପ୍ରେମ ସମ୍ପର୍କ ଥିବା କଥା ଗ୍ରହଣ କଲେ। ସେ କହିଛନ୍ତି, ତାଙ୍କ ସ୍ବାମୀ ଖୁସି ଅଛନ୍ତି ଏବଂ ତାଙ୍କର ଆବଶ୍ୟକତା ପୂରଣ ହେଉଛି।

ସେ କହିଛନ୍ତି, ତାଙ୍କ ସ୍ବାମୀ ଘର କାମ କରିବା ସହ ପିଲାଟିର ମଧ୍ୟ ଯତ୍ନ ନିଅନ୍ତି। ତାଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କର ଆବଶ୍ୟକତା ପୂରଣ କରନ୍ତି। ଉଭୟଙ୍କ ମଧ୍ୟରେ ଘଟିଥିବା ଏକମାତ୍ର ପରିବର୍ତ୍ତନ ହେଉଛି ବର୍ତ୍ତମାନ ସ୍ତ୍ରୀ ତାଙ୍କ ସମ୍ପର୍କ ବିଷୟରେ ଜାଣିବାକୁ ପାଇଛନ୍ତି। କିନ୍ତୁ ବର୍ତ୍ତମାନ ସେ ଆଦୌ କ୍ରୋଧିତ ନୁହନ୍ତି, କିମ୍ବା ସ୍ବାମୀଙ୍କୁ ଏସବୁ ଶେଷ କରିବାକୁ କହି ନାହାନନ୍ତି। ଏହି ପୋଷ୍ଟ ଭାଇରାଲ ହେବା ପରେ ଜଣେ ମହିଳା ୟୁଜର କହିଛନ୍ତି, ତୁମେ ଅସାଧାରଣ ନାରୀ। ସେହିପରି ଅନ୍ୟ ୟୁଜରମାନେ ମହିଳାଙ୍କ ଏପରି କାର୍ଯ୍ୟ ଦେଖି ପ୍ରଶଂସା କରିଛନ୍ତି।

Share