ମହିଳାଙ୍କୁ ଖାଇଗଲା ବାଘ

ନୂଆପଡ଼ା,୫ା୧୧(ମକାରୁ ବେମାଲ) ନୂଆପଡ଼ା ଜିଲା ସଦର ରେଞ୍ଜ୍‌ ଧରମବନ୍ଧା ଥାନା ସିଲିଆରିବାହାରା ଗଁାରେ ଶନିବାର ଜଣେ ମହିଳାଙ୍କୁ ମାରି ଖାଇଛି କଲରାପତରିଆ ବାଘ। ମୃତା ହେଲେ ସିଲିଆରିବାହାରା ଗଁାର ପୂର୍ବତନ ୱାର୍ଡମେମ୍ବର ରାମେଶ୍ବରୀ ମାଝି (୫୦)। ସେହିପରି ଏହି ଗଁାଠାରୁ କିଛି ଦୂର କୋଦପାଲିରେ ଜଣେ ଶିଶୁକୁ ବାଘ ଝାମ୍ପିନେବାବେଳେ ଗଁା ଲୋକେ ଉଦ୍ଧାର କରିଛନ୍ତି। ଗୁରୁତର ଅବସ୍ଥାରେ ଶିଶୁଟିକୁ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଶୁକ୍ରବାର ସାରେ ରାମେଶ୍ୱରୀ ଗଁାମୁଣ୍ଡକୁ ଶୌଚ ପାଇଁ ଯାଇଥିଲେ। ହେଲେ ଘରକୁ ଫେରି ନ ଥିଲେ। ରାତିରେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳି ନ ଥିଲା। ଶନିବାର ସକାଳୁ ଗଁାମୁଣ୍ଡରେ ମହିଳାଙ୍କୁ କଲରାପତରିଆ ବାଘ ଖାଉଥିବା ଲୋକେ ଦେଖିବାକୁ ପାଇଥିଲେ। ଗଁା ଲୋକେ ବାଘକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ଦୀର୍ଘ ସମୟ ଧରି ବାଘ ଓ ଲୋକଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ହେଲେ ଘଉଡ଼ାଇବା ପାଇଁ ଯାଇଥିବା ଲୋକଙ୍କୁ ବାଘ ଗୋଡ଼ାଉଥିଲା। ମଧ୍ୟାହ୍ନରେ ଗଁା ଲୋକେ ସଂଘବଦ୍ଧ ଭାବେ ଠେଙ୍ଗାବାଡ଼ି ଧରି ବାଘକୁ ଘଉଡ଼ାଇଥିଲେ। ସେଠାରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା। ବାଘ ମହିଳାଙ୍କ ମୁଣ୍ଡ ଓ ଗଣ୍ଡିକୁ ଅଲଗା କରିଦେଇଥିବାବେଳେ ଦେହର ମାଂସକୁ ପୁଳା ପୁଳା ଖାଇଯାଇଥିଲା। ସନ୍ଧ୍ୟା ସମୟରେ କୋଦପାଲି ଗଁାର ବାଲକରାମ ଧରୁଆଙ୍କ ୫ବର୍ଷର ପୁଅ ନୀଳକଣ୍ଠ ଖେଳୁଥିବାବେଳେ ବାଘ ଝାମ୍ପି ନେଇଥିଲା। ଗଁା ଲୋକେ ଘଉଡ଼ାଇବାରୁ ବାଘ ଛାଡ଼ିପଳାଇଥିଲା। ଗୋଟିଏ ଦିନରେ ୨ଟି ଘଟଣା ଘଟିବାରୁ ବାଘ ଭୟରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ସନ୍ଧ୍ୟାରେ ବନ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଲୋକେ ମୃତଦେହ ଉଠାଇବାକୁ ଦେଇନାହାନ୍ତି। ଏବେ ଗଁାରେ ଉତ୍ତେଜନା ଦେଖାଦେଇଛି।
ଉଲ୍ଲେଖଯୋଗ୍ୟ, ଗତ ୩୦ ତାରିଖ ଭରୁଆମୁଣ୍ଡା ପଞ୍ଚାୟତ କଟିଙ୍ଗପାଣି ଗଁାର ଗୌଧସ ପଡ଼ାର ହୁମନ ଧରୁଆଙ୍କ ପୁଅ ଡମ୍ବରୁ (୭) ସାଙ୍ଗଙ୍କ ସହ ଗଁା ଦାଣ୍ଡରେ ଖେଳୁଥିବା ସମୟରେ ପାଖ ସୁନାବେଡ଼ା ଅଭୟାରଣ୍ୟରୁ କଲରାପତରିଆ ବାଘ ଆସି ଟାଣି ନେଇଥିଲା। ଗ୍ରାମବାସୀ ଡମ୍ବରୁଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ତାଙ୍କ ଜୀବନ ଚାଲିଯାଇଥିଲା। ୬ ଦିନ ବ୍ୟବଧାନରେ ପୁଣି ଜଣେ ମହିଳାଙ୍କୁ ମାରି ଖାଇଲା। ଗୋଟିଏ ସପ୍ତାହ ନ ପୂରୁଣୁ ବାଘ ଆକ୍ରମଣରେ ଦୁଇଟି ଜୀବନ ଚାଲିଯାଇଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବାଘକୁ ଶୀଘ୍ର ଧରି ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ବୋଲି ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri