ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ମହିଳାଙ୍କ ଜୀବନ

ପାଟଣା,୨୮ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମେଦିନୀପୁର ଗାଁର ଜଣେ ୫୫ ବର୍ଷୀୟା ମହିଳା ରବିବାର ରାତିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। ମୃତ ମହିଳା ହେଉଛନ୍ତି ଟିକାୟତ ନାଏକଙ୍କ ସ୍ତ୍ରୀ କୁନ୍ତୀ।

ସୂଚନାନୁଯାୟୀ ଘରକୁ ଆସିଥିବା ସର୍ଭିସ ତାରରୁ ଜିଆଇ ତାର ଚାର୍ଜ ହୋଇଯାଇଥିଲା। ଜିଆଇ ତାର ସଂସ୍ପର୍ଶରେ ଆସିବାରୁ କୁନ୍ତୀଙ୍କ ଜୀବନ ଚାଲିଯାଇଥିଲା। ସୋମବାର ମୃତଦେହ ବ୍ୟବଚ୍ଛେଦ ପାଇଁ ସାହାରପଡ଼ା ଫାଣ୍ଡି ଅଧିକାରୀ ଶିବଶଙ୍କର ମୁର୍ମୁ ପାଟଣା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଛନ୍ତି।