ଏନ୍‌ଏସି ପକ୍ଷରୁ ମହିଳାଙ୍କୁ ଡ୍ରାଇଭର ଭାବେ ଦିଆଗଲା ନିଯୁକ୍ତି

ପୁରୁଷୋତ୍ତମ ପୁର, ୪।୨(ଡି.ଏନ.ଏ.): ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଆଗେଇ ଆସିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି। ପ୍ରଶାସନ ପକ୍ଷରୁ ମହିଳାଙ୍କୁ ଡ୍ରାଇଭର ଭାବେ ନିଯୁକ୍ତି ଦେଇ ଚର୍ଚ୍ଚାର ଘେରକୁ ଆସିଛନ୍ତି ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର। ସହରରେ ଘରକୁ ଘର ବୁଲି ବର୍ଯ୍ୟବସ୍ତୁ ସଂଗ୍ରହ ଲାଗି ବ୍ୟାଟେରି ଚାଳିତ ଅଟୋ ଗାଡିରେ ମହିଳାଙ୍କୁ ଡ୍ରାଇଭର ଭାବେ ନିଯୁକ୍ତି ଦେଇଛନ୍ତି। ମହିଳାମାନେ ଗାଡି ଚଳାଇବା ଏଠାରେ ପ୍ରଥମ। ଗୁରୁବାର ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ସମ୍ମାନିତ ଅତିଥି ଭାବେ ତହସିଲଦାର ନିତିଶ କୁମାର ତ୍ରିପାଠୀ ଯୋଗଦେଇ ଉଦଘାଟନ କରିଛନ୍ତି। ଏହାସହ ଦକ୍ଷତାର ସହ କାର୍ଯ୍ୟ କରୁଥିବା ୧୦ଜଣ ସୁଇପରଙ୍କୁ ମଧ୍ୟ ଅତିଥିମାନେ ସମ୍ମାନିତ କରିଛନ୍ତି। ମହିଳାଙ୍କୁ ନିଯୁକ୍ତି ଦେବାକୁ ନେଇ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବି ଓ ବିଭିନ୍ନ ସଂଗଠନ ପକ୍ଷରୁ ନିର୍ବାହୀ ଅଧିକାରୀଙ୍କୁ ସାଧୁବାଦ ଜଣାଇଛନ୍ତି।

 

Share