ଆସିକାରେ ଚାଞ୍ଚଲ୍ୟ: ସଂକ୍ରାନ୍ତିରେ ପୂଜା ସାରି ମନ୍ଦିରରୁ ଫେରୁଥିବା ବେଳେ ମହିଳାଙ୍କୁ ହତ୍ୟା

ଆସିକା,୧୬ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନାର କୋଟିନଡ଼ା ଫାଣ୍ଡି ଅନ୍ତର୍ଗତ ଭେଙ୍କଟରାଇପଲ୍ଲୀ ଗ୍ରାମରେ ରବିବାର ସକାଳେ ଶିବମନ୍ଦିର ନିକଟରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ମୃତ ମହିଳା ଜଣକ ହେଲେ ସେହି ଗ୍ରାମ ସଂଲଗ୍ନ ହରିଡ଼ାପଦର ଗ୍ରାମର ରଞ୍ଜିତା ନାହାକ। ରଞ୍ଜିତା ସଂକ୍ରାନ୍ତି ଲାଗି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି ଫେରୁଥିଲା ବେଳେ ଅଭିଯୁକ୍ତ ଜଣକ ଏକ ଲୁହାରଡ୍‌ରେ ତାଙ୍କ ମୁଣ୍ଡକୁ ପ୍ରହାର କରିଥିଲେ ା ଘଟଣାସ୍ଥଳରେ ହିଁ ରଞ୍ଜିତାଙ୍କ ପ୍ରାଣହାନି ଘଟିଥିଲା ା ତେବେ ଏହି ହତ୍ୟା ଘଟଣା ପରେ ଅଭିଯୁକ୍ତ ଜଣକ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି ା ଖବର ପାଇ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ଆସିକା ସରକାରୀ ଡାକ୍ତରଖାନାକୁ ପଠାଇଛନ୍ତି। ପୂର୍ବ ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ରଞ୍ଜିତାଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି। ଘଟଣା ସମ୍ପର୍କରେ ରଞ୍ଜିତାଙ୍କ ସ୍ବାମୀ ସୁଦାମ ନାହାକ ଆସିକା ଥାନାରେ ଅଭିଯୋଗ କରିଛନ୍ତି ା ପୋଲିସ ପକ୍ଷରୁ ଏହି ଅଭିଯୋଗକୁ ଭିତ୍ତିକରି ଆସିକା ଥାନାରେ ୪୧୩/୨୦ରେ ଏକ ମାମଲା ରୁଜୁ କରାଯାଇଛି।