ଆକ୍ରାନ୍ତ ବୃଦ୍ଧଙ୍କ ଆତ୍ମହତ୍ୟା ପରେ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲେ ସ୍ତ୍ରୀ

ବିଜେପୁର,୭।୫: ବରଗଡ଼ ଜିଲା ବିଜେପୁର ଥାନା ଅଧୀନ ସାତବନ୍ଧ ଗ୍ରାମରେ ଶୁକ୍ରବାର କରୋନା ଆକ୍ରାନ୍ତ ଜଣେ ବୃଦ୍ଧ ମାନସିକ ଭାରସାମ୍ୟ ହରାଇ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଅର୍ଜୁନ ମେହେର (୬୫)। ମିଳିଥିବା ସୂଚନା ମୁତାବକ ସାତବନ୍ଧ ଗ୍ରାମର ଅର୍ଜୁନ ମେହେର ଏବଂ ତାଙ୍କ ସ୍ତ୍ରୀ ଚହଲ ମେହେରଙ୍କୁ ଜ୍ବର ହେଉଥିବାରୁ ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ। ଚହଲଙ୍କ କରୋନା ନେଗେଟିଭ ରିପୋର୍ଟ ଆସିଥିବା ବେଳେ ଅର୍ଜୁନଙ୍କ ପଜିଟିଭ ଆସିଥିଲା। ହେଲେ ଚହଲଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୀମ୍‌ସାର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଅର୍ଜୁନଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ଅର୍ଜୁନ ମାନସିକ ଭାରସାମ୍ୟ ହରାଇ ଘରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ । ଖବର ପାଇ ବିଜେପୁର ପୋଲିସ ସନ୍ଧ୍ୟାରେ ସାତବନ୍ଧ ଗାଁରେ ପହଞ୍ଚିଥିଲା। ରାତି ହୋଇଥିବାରୁ ଶନିବାର ମୃତଦେହ ପଞ୍ଚନାମା କରାଯିବ ବୋଲି ପୋଲିସ କହିଛି। ବରଗଡ଼ର ନିଷ୍ଠା ପରିବାର ପକ୍ଷରୁ ଶନିବାର ମୃତଦେହ ଶତ୍କାର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଭୀମ୍‌ସାରରେ ଚିକିତ୍ସାଧିନ ଅବସ୍ଥାରେ ଚହଲଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗୋଟିଏ ଦିନରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁକୁ ନେଇ ଅଞ୍ଚଳବାସୀ ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଭିତରେ ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍‌

ଭୁବନେଶ୍ବର,୧୫।୧୧: ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଧୀନ ବେହେରା ସାହିସ୍ଥିତ ଶିବ ମନ୍ଦିରକୁ ପୂଜା କରିବାକୁ ଆସିଥିବା ଜଣେ ବୃଦ୍ଧାଙ୍କ ବେକରୁ ଜଣେ ଦୁର୍ବୃତ୍ତ ସୁନା ଚେନ...

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

କୁଚିଣ୍ଡା,୧୫।୧୧: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ସାନଦୁମେରମୁଣ୍ଡା ଗାଁରେ ଏକ ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରେ ପଶି ବନ୍ଧୁକ...

ଓଡିଶାର ଗୌରବମୟ ଇତିହାସକୁ ସ୍ମରଣ କଲେ ବିଏଚୟୁ ଛାତ୍ରୀଛାତ୍ର

ବାରାଣସୀ,୧୫।୧୧: ଓଡ଼ିଶାର ଗୌରବମୟ ଇତିହାସ ଏବଂ ଐତିହପୂର୍ଣ୍ଣ ସଂସ୍କୃତିର ମୂକସାକ୍ଷୀ କାର୍ତ୍ତିକ ପୂର୍ଣ୍ଣିମାକୁ ପ୍ରବାସୀ ଓଡ଼ିଆ ସଂଗଠନ ବାରାଣସେୟ ଉତ୍କଳ ସମାଜ ପକ୍ଷରୁ ଉତ୍ସାହପୂର୍ଣ୍ଣ ପରିବେଶରେ...

କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ବୁଗୁଡ଼ା,୧୫।୧୧(କାଳିଚରଣ ଦାଶ): ଧର୍ମ ମାସ କାର୍ତ୍ତିକ ପୂର୍ଣ୍ଣିମାରେ ବୁଗୁଡ଼ା ଅଞ୍ଚଳର ବାଘୁଆ ନଦୀ ଏବଂ ବିଭିନ୍ନ ପୁଷ୍କରିଣୀରେ ବୋଇତ ବନ୍ଦାଣ ପର୍ବ ପାଳନ ସାଙ୍ଗକୁ ଠାକୁର...

ଗ୍ରୋସରୀ ଦୋକାନରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ରାଉରକେଲା,୧୫।୧୧: ସୁନ୍ଦରଗଡ଼ ଜିଲା ରଘୁନାଥପାଲି ଥାନା ଅଧୀନ ରାଉରକେଲା ସିଭିଲ ଟାଉନ୍‌ଶିପରେ ଥିବା ଏକ ବଡ଼ ଗ୍ରୋସରୀ ଦୋକାନରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ...

ଗଞ୍ଜାମ ଏନ୍‌ଏସିର ବିଚିତ୍ର ନୀତି: ଆହାର କେନ୍ଦ୍ର ସମ୍ମୁଖରେ ଡମ୍ପିଂୟାର୍ଡ

ଗଞ୍ଜାମ,୧୫ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସିରେ ଦିନକୁ ଦିନ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଶୁକ୍ରବାର ସହରବାସୀ ପବିତ୍ର କାର୍ତ୍ତିକ ମାସ ଶେଷ ବ୍ରତ ପୂଜା...

ରେଳ ଧାରଣାରୁ ମିଳିଲା ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ

ଭଦ୍ରକ,୧୫।୧୧: ଭଦ୍ରକ ଜିଲା କେନ୍ଦୁଆପଦା ରେଲଓ୍ବେ ଷ୍ଟେଶନ ନିକଟ ଧାରଣାରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଶୁକ୍ରବାର ଜିଆର୍‌ପି ପୋଲିସ ଉଦ୍ଧାର କରିଛି। ମୃତ...

ବଲାଙ୍ଗୀରର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଡଙ୍ଗା ଭସାଇ…

ବଲାଙ୍ଗୀର,୧୫ା୧୧(ସୁନୀଲ କୁମାର ମହାନ୍ତି): ପାଞ୍ଚଦିନ ଧରି ପବିତ୍ର ପଞ୍ଚକ ପାଳିତ ହେବା ପରେ ଶୁକ୍ରବାର ଉତ୍ସାହର ସହ କାର୍ତ୍ତିକ ପୂର୍ଣ୍ଣିମା ପାଳିତ ହୋଇଛି। ଏହି ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri