ଜମିରେ ଶୋଇଥିଲେ ମହିଳା, ଦଳିଦେଲା ହାତୀ

ରାଇଘର, ୨୩।୧୨(କିରଣ ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି। ଛତିଶଗଡ଼ରୁ ଏକ ହାତୀପଲ ଉକ୍ତ ଅଞ୍ଚଳକୁ ପଶିଆସିଛନ୍ତି। ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଖୁଡୁକ ଗ୍ରାମର ରାମସୁ ବାଇ ଗଣ୍ଡ।
ବନ ବିଭାଗ ସୂଚନାନୁଯାୟୀ, ରାମସୁ ଫସଲ ଜଗିବାକୁ ତାଙ୍କ ଚାଷ ଜମିରେ କୁଡ଼ିଆ କରି ସବୁଦିନ ଶୋଉଥିଲେ। ଗୁରୁବାର ମଧ୍ୟ ସେ ସେଠାକୁ ଶୋଇବାକୁ ଯାଇଥିଲେ। ରାତି ପ୍ରାୟ ୧ଟାରୁ ୨ଟା ମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ହାତୀ ଛତିଶଗଡ଼ ଆଡ଼ୁ ପଶିଆସିଥିଲେ। ରାମସୁ ଜମିରେ ଥିବା କୁଡ଼ିଆରେ ଶୋଇଥିବା ବେଳେ ହାତୀ ତାଙ୍କୁ ଦଳିଦେଇଥିଲା। ଏଥିରେ ରାମସୁଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଜମିରେ ପଡ଼ିଥିଲା। ଚାଷୀ ଲଖନ କଲାର ଓ ଶୁକଦେବ ଗଣ୍ଡ ଅମଳକରି ରଖିଥିବା ମକା ଓ ଧାନ ଫସଲକୁ ହାତୀପଲ ଦଳି ଚକଟି ନଷ୍ଟ କରିଦେଇଥିଲେ। ଉଭୟ ଚାଷୀଙ୍କ ୨୦ରୁ ଊର୍ଦ୍ଧ୍ୱ ଏକର ଜମିର ଅମଳ ନଷ୍ଟ କରିବା ସହ କ୍ଷେତରେ ଥିବା ୨ଟି କୁଡ଼ିଆକୁ ଭାଙ୍ଗି ଦେଇଛନ୍ତି। ଖବର ପାଇ ଶୁକ୍ରବାର ସକାଳେ ବନ ବିଭାଗ, ପୋଲିସ, ଡାକ୍ତରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ମୃତକଙ୍କ ପରିବାର ଓ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷତିପୂରଣ ଦେବାକୁ ସନରାଜ ଗଣ୍ଡଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି। କୁନ୍ଦେଇ ଥାନା ପୋଲିସ କେସ୍‌ ନଂ. ୩୩/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। କୁନ୍ଦେଇ ବନପାଳ ଯସ୍ମିନରାଣୀ କୁସ୍‌କାଙ୍କୁ ପଚାରିବାରୁ ବନ ବିଭାଗ ପକ୍ଷରୁ ଅନ୍ତିମ ସତ୍କାର ପାଇଁ ୧୦ ହଜାର ଟଙ୍କା ଦିଆଯାଇଛି। ପରେ ମୃତକଙ୍କ ପରିବାରକୁ ସରକାରୀ ସହାୟତାଭାବେ ୬ଲକ୍ଷ ଟଙ୍କା ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ: ୬୦ ଲକ୍ଷ ଟଙ୍କାର ଦୁର୍ନୀତି ଗନ୍ଧ

ଭୋଗରାଇ,୫ା୧୦(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବଗଡ଼ ନୋଡାଲ ୟୁପି ପ୍ରାଥମିକ ବିଦ୍ୟାଳୟରେ ଶନିବାର ବାଲେଶ୍ୱର ଭଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ମୋ’...

ବୋହି ନେଉଥିଲେ ମଧ୍ୟାହ୍ନଭୋଜନ ଚାଉଳ: ଏମିତି ଧରାପଡ଼ିଲେ ଶିକ୍ଷୟିତ୍ରୀ

ଗୋପ,୧୦।୫: ପୁରୀ ଜିଲା ଗୋପ ଅଞ୍ଚଳରୁ ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣା ଶନିବାର ସାମ୍‌ନାକୁ ଆସିଛି। ୨ ବସ୍ତା ମଧ୍ୟାହ୍ନଭୋଜନ ଚାଉଳ...

ବିଦ୍ୟାଳୟ ପରିଦର୍ଶନ କଲେ ଜିଲାପାଳ, ଉଚ୍ଚଶିକ୍ଷା ପାଇଁ ଛାତ୍ରୀଛାତ୍ରଙ୍କୁ…

କେସିଙ୍ଗା,୫ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାପାଳ ସଚିନ ପାଓ୍ବାର ପ୍ରକାଶ କେସିଙ୍ଗା ସହରସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବିଦ୍ୟାପୀଠକୁ ଶନିବାର ପରିଦର୍ଶନରେ ଆସିଥିଲେ। ବାଳିକା ଉଚ୍ଚ...

ଆମ୍ବଗଛକୁ ଧକ୍କା ଦେଇ ନାଳ ଭିତରକୁ ଓଲଟି ପଡ଼ିଲା କାର୍‌

ବାଲିଗୁଡ଼ା,୫ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ନିକଟସ୍ଥ କୁର୍ଙ୍ଗୁଲି ନାଳ ଭିତରକୁ ଏକ କାର୍‌ ପଶିଯାଇଛି। ସୂଚନାନୁଯାୟୀ,...

ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ, ପରୀକ୍ଷା ପାଇଁ ହଳଦୀ ଗୁଣ୍ଡର ନମୁନା ସଂଗ୍ରହ

ଦାରିଙ୍ଗବାଡ଼ି,୫ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କନ୍ଧମାଳ ହଳଦୀ ନାମରେ ନକଲି ଗୁଣ୍ଡ ବିକ୍ରି କରାଯାଉଥିବା ଓ ଜୈବିକ ହଳଦୀ ନାମରେ ଲେବୁଲ...

ମରଣାନ୍ତକ ଆକ୍ରମଣ ଶିକାର ହୋଇଥିବା କନଷ୍ଟେବଳଙ୍କୁ ଭେଟିଲେ ଡିଜିପି

କଟକ,୫ା୧୦: ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବୁର୍ଲା ଥାନାର କନଷ୍ଟେବଳ ସରୋଜ ଭୋଇଙ୍କୁ ଡିଜିପି ଯୋଗେଶ ବାହାଦୂର ଖୁରାନିଆ...

କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଲେ ସିପିଆଇଏମ୍‌ ନେତା

ତିହିଡ଼ି,୫ା୧୦(ସଞ୍ଜିତ ବଳ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇଏମ୍‌)ର ତିହିଡ଼ି ଆଞ୍ଚଳିକ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଦଳର ନେତା ଓ କର୍ମୀମାନେ ତିହିଡ଼ି ଡାକବଙ୍ଗଳାଠାରୁ...

ମା’ ଶାରଳାଙ୍କ ମନ୍ଦିରରେ ବଦଳିଲା ଘିଅ

ଜଗତସିଂହପୁର,୫ା୧୦: ଜଗତସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିରରେ ବ୍ୟବହୃତ ଘିଅ ବଦଳାଯାଇଛି। ଭଣ୍ଡାରରେ ଗଚ୍ଛିତ ଥିବା ୨୫ ଟିଣ ଫେରସ୍ତ ପରେ ମନ୍ଦିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri