ସ୍ତ୍ରୀକୁ ପଥର ଛେଚି ମାରିଲେ ସ୍ବାମୀ

ଆର.ଉଦୟଗିରି,୧୦।୭(ଡି.ଏନ୍‌.ଏ.): ସ୍ତ୍ରୀକୁ ପଥର ଛେଚି ହତ୍ୟାକଲେ ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଭାଲିଆଗଣି ଗ୍ରାମରେ। ମୃତକ ହେଲେ ସୁକାନ୍ତି ନାୟକ।
ସୂଚନାଯୋଗ୍ୟ, ଶନିବାରି ରାତିରେ କୌଣସି ଘଟଣାକୁ କେନ୍ଦ୍ର କରି ସ୍ବାମୀ ଭଗବାନ ନାୟକ ଏବଂ ସ୍ତ୍ରୀ ସୁକାନ୍ତିଙ୍କ ମଧ୍ୟରେ କଳହ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଭଗବାନ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀଙ୍କୁ ପଥର ଛେଚି ହତ୍ୟା କରିଥିଲା। ତାଙ୍କ ଭାଇ ବାବୁଲା ଜାନିଙ୍କ ଅଭିଯୋଗ ପରେ ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ମେଡିକାଲ ପଠାଇଛି l ଭଗବାନଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରିରଖିଛ।

Share