ନଦୀରେ ଭାସିଯାଇ ମହିଳାଙ୍କ ଜୀବନ ଗଲା

କୋରୁକୋଣ୍ଡା,୧୦ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ପଞ୍ଚାୟତ ହାତିଆମ୍ବ ଗ୍ରାମର ଲାଛା ମୁଦୁଲିଙ୍କ ସ୍ତ୍ରୀ ଆଙ୍ଗ୍ରି ମୁଦୁଲି(୪୦)ଙ୍କ ଗ୍ରାମ ନିକଟ ନଦୀରେ ଭାସି ଯାଇ ମୃତ୍ୟୁ ଘଟିଛି।

ସୂଚନା ମୁତାବକ ଜିଲାରେ ଲାଗି ରହିଥିବା ଲଗାଣ ବର୍ଷାରେ ବହୁ ନଦୀନାଳରେ ପାଣି ଭରିଯାଇଥିବା ବେଳେ ହାତୀ ଆମ୍ବ ନିକଟ ନଦୀରେ ମଧ୍ୟ ପାଣି ବଢ଼ିଯାଇଛି । ଆଙ୍ଗ୍ରି ନଦୀ ଆରପଟ ନିଜ ମଣ୍ଡିଆ ଜମିକୁ ଯାଇଥିବା ବେଳେ ଫେରିବା ବେଳକୁ ନଦୀରେ ପାଣି ବଢ଼ି ଯାଇଥିବାରୁ ଘରକୁ ଫେରିବା ପାଇଁ ନଦୀ ପାର୍‌ ହେଉଥିବା ବେଳେ ପାଣିରେ ଭାସି ଯାଇଥିଲେ। ପରିବାର ଲୋକଙ୍କ ସମେତ ଗ୍ରାମବାସୀ ମିଶି ଖୋଜାଖୋଜି କରିବା ପରେ ହାତୀଆମ୍ବ ଗାଁଠାରୁ କିଛି ଦୂର ପିଲା କୁସୁମ ନିକଟରୁ ଆଙ୍ଗ୍ରିଙ୍କର ମୃତଦେହ ଗ୍ରାମବାସୀ ପାଇଥିବା କହିଛନ୍ତି। ଏନେଇ ଓର୍କେଲ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି କହିଛନ୍ତି ଓର୍କେଲ ଥାନା ଭାରପ୍ରାପ୍ତ ଅଧିକାରୀ ଜୋହନ କୁଜୁର।


Enter your email to get our daily news in your inbox.

All Right Reserved By Dharitri.Com

କାମରେ ଆସୁନି ଗୋଷ୍ଠୀ ଶୌଚାଳୟ: ଲକ୍ଷାଧିକ ଟଙ୍କା ଖର୍ଚ୍ଚକୁ ନେଇ ଉଠିଲା ପ୍ରଶ୍ନ

ଦାରିଙ୍ଗବାଡି,୨ /୪ (ଅରୁଣ ସାହୁ): ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି। ଏଥିପାଇଁ ପଞ୍ଚାୟତ ସମିତି ଏବଂ ପଞ୍ଚାୟତ...

୧୩ ଦିନିଆ ଗଞ୍ଜାମ ମା’ ଦକ୍ଷିଣ କାଳୀଙ୍କ ଦଣ୍ଡ ଶୁଭାରମ୍ଭ

ଗଞ୍ଜାମ,୨।୪(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ପ୍ରସିଦ୍ଧ ଶ୍ରୀ ଶ୍ରୀ ମା’ ଦକ୍ଷିଣ ଦଣ୍ଡକାଳୀଙ୍କ ୧୩ ଦିନବ୍ୟାପି ଦଣ୍ଡ ଯାତ୍ରା ବୁଧବାର ଶୁଭାରମ୍ଭ ହୋଇଛି l ଦାମୋଦରପୁର...

କୃଷକ କଲ୍ୟାଣ ଟ୍ରଷ୍ଟ ତରଫରୁ ୨ ଲକ୍ଷ ଟଙ୍କା ଜୀବନ ବୀମା ରାଶି ପ୍ରଦାନ

ଦେବଗଡ,୨।୪(ଶଶାଙ୍କ ଶେଖର ଝାଙ୍କର): କୃଷକ କଲ୍ୟାଣ ଟ୍ରଷ୍ଟ ଦେବଗଡ଼ ତରଫରୁ ପୂର୍ବନିର୍ଦ୍ଧାରିତ ଅନୁଯାୟୀ ଜିଲାର ସମସ୍ତ ପଞ୍ଜୀକୃତ ଚାଷୀ ମୋଟ ୧୮,୭୭୬ ଜଣଙ୍କ ପାଇଁ ଟ୍ରଷ୍ଟର...

ଭାଜପାର ରାଜ୍ୟ ପରିଷଦ ସଦସ୍ୟ ଭାବେ ୫ଜଣ ନିର୍ବାଚିତ: ସଂଗଠନକୁ ଆହୁରି ଶକ୍ତିଶାଳୀ କରିବାକୁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି,୨।୪(ଅରୁଣ ସାହୁ)/(ପ୍ରଦୀପ ବେହେରା): ଭାଜପାର ରାଜ୍ୟ ପରିଷଦ ସଦସ୍ୟ ଭାବେ ଜିଲ୍ଲାରୁ ୫ଜଣ ନିର୍ବାଚିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଜିଉଦୟଗିରି ନିର୍ବାଚନମଣ୍ଡଳୀରୁ ଦୁଇଜଣ ପରିଷଦ ସଦସ୍ୟ...

ରାଜ୍ୟସ୍ତରୀୟ ଅସ୍ମିତା ହକି ପ୍ରତିଯୋଗିତାରେ ଦେବଗଡ ଦଳର ସଫଳତା: ଖେଳାଳିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଦେବଗଡ,୨।୪(ଶଶାଙ୍କ ଶେଖର ଝାଙ୍କର):ରାଉରକେଲାସ୍ଥିତ ବୀର୍ସା ମୁଣ୍ଡା ହକି ଷ୍ଟାଡିୟମ ଠାରେ ଗତ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ରାଜ୍ୟ ସ୍ତରୀୟ ଅସ୍ମିତା ହକି ପ୍ରତିଯୋଗୀତାରେ...

ବାଇକ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ: ଜଣେ ଆହତ

ଦେବଗଡ,୨।୪(ଶଶାଙ୍କ ଶେଖର ଝାଙ୍କର):ବାରକୋଟ ଥାନା ବିଦେଇବଡକୁଦର ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଏକ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ...

ପ୍ରଭୁ ଆନନ୍ଦେସ୍ବର, ମା’ ରୁଦ୍ରକାଳୀଙ୍କ ଦଣ୍ଡ ଯାତ୍ରା ଆରମ୍ଭ: ଭକ୍ତଙ୍କ ପ୍ରବଳ ଭିଡ଼

ଜି.ଉଦୟଗିରି,୨।୪(ଶିଶିର ପଟ୍ଟନାୟକ):ଜି. ଉଦୟଗିରି ସହରରେ ମା’ ରୁଦ୍ରକାଳୀଙ୍କ ୧୩ ଦିନିଆ ଦଣ୍ଡ ଯାତ୍ରା ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଆରମ୍ଭ ହୋଇଛି । ପ୍ରଥମେ ପାଟଭୁକ୍ତା ଶରଣ...

ଓଡ଼ିଆ ଭାଷା-ସଂସ୍କୃତି ହେଉଛି ଆମର ସ୍ବତନ୍ତ୍ର ପରିଚୟ

ରାଇକିଆ, ୨।୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ନାଗରିକ ମଞ୍ଚ ତରଫରୁ ଓଡ଼ିଶା ଦିବସ ପାଳନ ହୋଇଯାଇଛି । ସଭାପତି ଦୁର୍ଯ୍ୟୋଧନ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image