Categories: ଫୁରସତ

ପାଣି ବଦଳରେ ପେଟ୍ରୋଲରେ କାର୍‌ ଧୋଇଲେ ମହିଳା, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଆପଣ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଦେଖୁଥିବେ ନିଶ୍ଚିତ। ଏହି ଭିଡିଓଗୁଡିକର କିଛି ଭିଡିଓ ହସର ଖୋରାକ ଯୋଗାଇଥାଏ। ହସାଇଥାଏ ଆଉ ବେଳେବେଳେ ଏମିତି କିଛି ଭିଡିଓ ଦେଖିବାକୁ ମିଳେ, ଯାହା ଆମେ କଳ୍ପନା କରି ନ ଥାଉ। ପେଟ୍ରୋଲ ଭଳି ଦାମୀ ଜିନିଷରେ କାର୍‌ ଧୋଇବା ବିଷୟରେ ଆପଣ କେବେ ଚିନ୍ତା କରିଛନ୍ତି। ଜଣେ ମହିଳା କିନ୍ତୁ ଏପରି କରି ଲୋକଙ୍କୁ ଚକିତ କରିଦେଇଛନ୍ତି।

ବିଶ୍ୱରୁ ପ୍ରାକୃତିକ ସମ୍ପଦ ହ୍ରାସ ପାଉଛି। ତେଣୁ ପରାମର୍ଶ ଦିଆଯାଇଛି ଯେ, ଜଳ ବିଦ୍ୟୁତ୍‌, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍‌କୁ ନଷ୍ଟ ନ କରିବା ପାଇଁ। ଏଗୁଡ଼ିକର ଉଚିତ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଏହି କାରଣରୁ ଏହି ଜିନିଷଗୁଡ଼ିକର ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି। ତଥାପି କିଛି ଲୋକ ଏହି ଜିନିଗୁଡ଼ିକର ଅପବ୍ୟବହାର କରନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ମହିଳା ପାଣି ବଦଳରେ କାର୍‌କୁ ପେଟ୍ରୋଲରେ ଧୋଉଛନ୍ତି।

ଭିଡିଓରେ ଦେଖିବେ ମହିଳା ଜଣକ ପେଟ୍ରୋଲ ପମ୍ପରେ ଠିଆ ହୋଇଛନ୍ତି। ହାତରେ ତେଲ ଭରିବା ପାଇପ ସହିତ କାର ଧୋଇଛନ୍ତି। ଯେପରି ପାଇପ୍‌ଟି ପେଟ୍ରୋଲ ନୁହେଁ ବରଂ ପାଣିରେ ଭରା। ଆମ ଦେଶରେ ପେଟ୍ରୋଲ ପମ୍ପରେ କର୍ମଚାରୀ ଅଛନ୍ତି, ଯେଉଁମାନେ ଆପଣଙ୍କ କାରରେ ତେଲ ଭରିବା କାମ କରନ୍ତି, କିନ୍ତୁ ବିଦେଶର ଅନେକ ସ୍ଥାନରେ ଲୋକଙ୍କୁ ନିଜ ତେଲ ନିଜକୁ ଭରିବାକୁ ପଡ଼େ, କାରଣ ସେଠାରେ କୌଣସି କର୍ମଚାରୀ ନ ଥାନ୍ତି। ମହିଳା ଜଣକ ଏପରି ଏକ ପମ୍ପରେ ଅଛନ୍ତି, ଯେଉଁଠି ସେ ଏହାର ଅପବ୍ୟହାର କରୁଛନ୍ତି।

ଭିଡିଓଟି @HumansNoContext ନାମକ ଏକ ଟୁଇଟର ଆକାଉଣ୍ଟରେ ଶେୟାର କରାଯାଇଛି। ଭିଡିଓଟି ମାତ୍ର କିଛି ସେକେଣ୍ଡର ଅଟେ। ଏହାକୁ ଏପର୍ଯ୍ୟନ୍ତ ୮.୫ ମିଲିୟନ ଅର୍ଥାତ୍‌ ୮୫ ଲକ୍ଷ ଭ୍ୟୁ ମିଳିସାରିଲାଣି। ଏଥି ସହିତ ହଜାର ହଜାର ଲୋକ ଏହି ଭିଡିଓକୁ ମଧ୍ୟ ପସନ୍ଦ କରିଛନ୍ତି। ଭିଡିଓରେ ମନ୍ତବ୍ୟ ଦେଇ ମହିଳା ଜଣକ କାହିଁକି ଏପରି ଅଜବ କାର୍ଯ୍ୟ କରୁଛନ୍ତି ବୋଲି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି।

Share