ରୁମ୍‌ ଭିତରକୁ ଶୋଇବାକୁ ଗଲେ ମହିଳା, ବେଡ୍‌ ତଳେ ଥିଲେ ୧୮ ସାପ; ଆଉ ତା’ ପରେ…

ଓ୍ବାଶିଂଟନ୍‌: ଭାବିଲେ ଆପଣ ରାତିରେ ସବୁ କାମ ସାରି ଶୋଇବାକୁ ବେଡ୍‌କୁ ଯିବେ। ଆଉ ବେଡ୍‌ ତଳେ ଦେଖିବେ ଗୋଟିଏ କି ଦୁଇଟି ନୁହେ, ଏକାବେଳକେ ୧୮ ସାପ। ଆପଣଙ୍କ ଅବସ୍ଥା କ’ଣ ହେବ କହିଲେ…

ସେମିତି ଏକ ଘଟଣା ଘଟିଛି ଆମେରିକାର ଜର୍ଜିଆରେ। ଏଠାରେ ଓ୍ବଲ୍‌ଚର ନାମକ ଜଣେ ମହିଳା ଘରର ସମସ୍ତ କାମ ସାରି ରାତିରେ ବେଡ୍‌କୁ ଶୋଇବାକୁ ଯାଇଥିଲେ। ବେଡ୍‌ ତଳକୁ ଚାହିଁ ଦେବାରୁ ଏକାବେଳକେ ଏତେ ଗୁଡ଼ିଏ ସାପ ଦେଖି ଭୟରେ ଥରି ଉଠିଥିଲେ। ଏକ ବଡ଼ ସାପ ଏବଂ ୧୭ଟି ଛୁଆ ସାପ ବେଡ୍‌ ତଳେ ଥିବା ସେ ଦେଖିଥିଲେ। ସେ ବାହାରକୁ ଦୌଡ଼ି ପଳାଇଲେ। ପରେ ସ୍ନେକ୍‌ ହେଲ୍‌ପ ଲାଇନ ସଦସ୍ୟଙ୍କୁ ଡାକି ସାପଗୁଡ଼ିକୁ ବାହାର କରି ନେଇ ନଦୀରେ ଛାଡ଼ି ଦେଇଥିଲେ।

ଓ୍ବିଲ୍‌ଚର କୁହନ୍ତି, ମୋତେ ଏବେ ବି ଡର ଲାଗୁଛି କାଳେ ମୋ’ ବିଛଣା ତଳେ ସାପ ଅଛନ୍ତି କି?

Share