Categories: ଜାତୀୟ

ଫେସ୍‌ବୁକ୍‌ ବନ୍ଧୁଙ୍କୁ ଭେଟିବାକୁ ପାକିସ୍ତାନ ଗଲେ ମହିଳା

ଜୟପୁର,୨୫ା୭: ନୋଏଡ଼ାର ସଚିନ ମୀନା ଏବଂ ପାକିସ୍ତାନର ସୀମା ହାଇଦରଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ରାଜସ୍ଥାନ ଅଲଓ୍ବରର ଜଣେ ୩୫ ବର୍ଷୀୟ ବିବାହିତା ମହିଳା ତାଙ୍କ ଫେସ୍‌ବୁକ୍‌ ବନ୍ଧୁଙ୍କୁ ଭେଟିବା ଲାଗି ପାକିସ୍ତାନ ଚାଲିଯାଇଛନ୍ତି। ଅଞ୍ଜୁ ନାମ୍ନୀ ଏହି ମହିଳା ଜୟପୁର ଯାଉଥିବା ତାଙ୍କ ସ୍ବାମୀ ଅରବିନ୍ଦ କୁମାରଙ୍କୁ କହି ୨୦ ତାରିଖରେ ଘରୁ ବାହାରିଯାଇଥିଲେ। ତେବେ ସେ ପାକିସ୍ତାନ ଯାଇଥିବା କଥା ରବିବାର ଅରବିନ୍ଦ ଜାଣିବାକୁ ପାଇଥିଲେ। ସେ ଅଞ୍ଜୁଙ୍କୁ ଫୋନ୍‌ କରିବାରୁ ସେ ଖାଇବର ପଖତୁନ୍‌ଖ୍ବାର ଡିଅର ସହରରେ ଥିବା କହିଥିଲେ। ଅଞ୍ଜୁ ବୈଧ ପାକିସ୍ତାନୀ ଭିଜାରେ ତାଙ୍କ ବନ୍ଧୁ ନସରୁଲ୍ଲା(୨୯)ଙ୍କୁ ଭେଟିବା ପାଇଁ ଯାଇଛନ୍ତି। ଅଞ୍ଜୁଙ୍କର ୪ ବର୍ଷ ପୂର୍ବେ ନସରୁଲ୍ଲାଙ୍କ ସହ ଫେସ୍‌ବୁକ୍‌ରେ ବନ୍ଧୁତା ହୋଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ରାଜସ୍ଥାନର ଅଫିସରମାନଙ୍କ ଏକ ଟିମ୍‌ ତାଙ୍କ ଅଲଓ୍ବର ଘରେ ପହଞ୍ଚତ୍ ସ୍ବାମୀଙ୍କୁ ପଚରାଉଚରା କରିଥିଲେ। ଅଞ୍ଜୁ କିଛିଦିନ ମଧ୍ୟରେ ପାକିସ୍ତାନରୁ ଫେରିଆସିବେ ବୋଲି ଅରବିନ୍ଦ କହିଛନ୍ତି। ବିବାହର କୌଣସି ପ୍ରସ୍ତାବ ନାହିଁ। ଅଗଷ୍ଟ ୨୦ରେ ଅଞ୍ଜୁ ଭାରତ ଫେରିଯିବେ ବୋଲି ନସରୁଲ୍ଲା କହିଛନ୍ତି।

Share