Categories: ଫୁରସତ

ଖ୍ରୀଷ୍ଟମାସରେ ନିଜକୁ ଏମିତି ଉପହାର ଦେଲେ ଦୁନିଆର ସବୁଠୁ ବଡ଼ ଓଠ ଥିବା ମହିଳା

ଆଜିକାଲି ଲୋକମାନେ ସୁନ୍ଦର ଦେଖାଯିବା ପାଇଁ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ। କିଛି ଲୋକ ଅଛନ୍ତି ଯେଉଁମାନେ ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ କରିବା ପାଇଁ ନୂତନ ପରୀକ୍ଷଣ କରନ୍ତି। ବୁଲଗେରିଆର ଆଣ୍ଡ୍ରେଆ ଇଭାନୋଭା ଦୁନିଆର ସବୁଠୁ ବଡ ଓଠ ଥିବା ମହିଳା ଭାବରେ ଜଣାଶୁଣା।
ଖ୍ରୀଷ୍ଟମାସ ଅବସରରେ ପ୍ରତିବର୍ଷ ଆଣ୍ଡ୍ରେଆ ଇଭାନୋଭା ତାଙ୍କ ଓଠରେ ଫିଲର୍ସ ଲଗାନ୍ତି। ଚଳିତ ବର୍ଷ ଇଭାନୋଭା ଖ୍ରୀଷ୍ଟମାସ ଉପହାର ଭାବରେ ନିଜ ପାଇଁ ଅନେକ ଲିପ ଫିଲର୍ସ କିଣିଛନ୍ତି। ଆଣ୍ଡ୍ରେଆ ଏପର୍ଯ୍ୟନ୍ତ ତାଙ୍କ ଓଠରେ କୋଡ଼ିଏ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି କିନ୍ତୁ ବର୍ତ୍ତମାନ ଏହି ମହିଳା ଦୁନିଆର ସବୁଠୁ ବଡ ଗାଲ ଥିବା ମହିଳା ହେବାକୁ ଚାହୁଁଛନ୍ତି।
ଇଭାନୋଭା ସ୍ବୀକାର କରିଛନ୍ତି, ତାଙ୍କ ଅବସ୍ଥା ଦେଖି ତାଙ୍କ ସାଙ୍ଗ ଏବଂ ପରିବାର ଏବେ ତାଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ଅଛନ୍ତି। ସେମାନେ (ପରିବାର ଏବଂ ସମ୍ପର୍କୀୟ) ଭାବନ୍ତି ଯେ ମୋ ସହ କିଛି ଖରାପ ଘଟଣା ଘଟିବ ଏବଂ ଭବିଷ୍ୟତରେ ଏହି ଜିନିଷଗୁଡ଼ିକ ସାଂଘାତିକ ପରିଣାମ ଆଣିପାରେ। ମୁଁ ଜାଣେ ସେମାନେ ମୋର ପରିବର୍ତ୍ତନକୁ ପସନ୍ଦ କରନ୍ତି ନାହିଁ, ସେମାନେ ଭାବନ୍ତି ମୁଁ ବହୁତ ଅଦ୍ଭୁତ ଏବଂ ଖରାପ ଦେଖାଯାଉଛି, କିନ୍ତୁ ମୁଁ ନିଜକୁ ଏହିପରି ପସନ୍ଦ କରେ।
୨୬ ବର୍ଷୀୟା ଇଭାନୋଭା କହିଛନ୍ତି, ମୁଁ ଏପରି ଏକ ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ରହିବାକୁ ପସନ୍ଦ କରିବି, ଯିଏ କି ସର୍ବସାଧାରଣ ସ୍ଥାନରେ ମୋ ସହ ଚାଲିବାକୁ ଲଜ୍ଜା ଅନୁଭବ କରିବ ନାହିଁ। ଯଦି ମୋ ସାଥୀ ମୋ ସହ ଚାଲିବାରେ ଅସହଜ କିମ୍ବା ଲଜ୍ଜାଜନକ, ତେବେ ମୁଁ ସମ୍ପର୍କ ଭାଙ୍ଗିଦେବି।

Share