ରସିକ ସତ୍ୟଜିତ୍‌ଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇଛନ୍ତି ମହିଳା, ଏକାଧିକ ଡିଭୋର୍ସିଙ୍କ ସହ ଥିଲା ସମ୍ପର୍କ

ଭୁବନେଶ୍ୱର,୮ା୮: ୫ ସ୍ତ୍ରୀଙ୍କ ସ୍ବାମୀ ତଥା ୯୯ ରାଣୀ ରାଣୀଙ୍କ ହୃଦୟର ରାଜା ରସିକ ପ୍ରେମିକ ସତ୍ୟଜିତ୍‌ ସାମଲଙ୍କ ପାଇଁ କମିଶନରେଟ ପୋଲିସ ରାଜ୍ୟ ବାହାରକୁ ଯିବ। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ। ସତ୍ୟଜିତ୍‌ ସମ୍ପର୍କ ରଖିଥିବା ବାହାର ରାଜ୍ୟର ମହିଳାଙ୍କୁ ଏହି ଟିମ୍‌ ଭେଟିବ। ପୀଡ଼ିତାଙ୍କ ସହ ଆଲୋଚନା କରି ଓଡ଼ିଶା ପୋଲିସ ଅଭିଯୋଗ ଗ୍ରହଣ କରିବ। କୋଲକାତା ଓ ରାୟପୁରରେ ଏକାଧିକ ଡିଭୋର୍ସିଙ୍କ ସହ ସମ୍ପର୍କ ଥିଲା। ସତ୍ୟଜିତ୍‌ ଗିରଫ ପରେ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇଛନ୍ତି ଜଣେ ମହିଳା। ଏନେଇ ସତ୍ୟଜିତ୍‌ଙ୍କୁ ପୁଣି ଥରେ ରିମାଣ୍ଡରେ ଆଣି ପଚରାଉଚରା ପାଇଁ ଆବେଦନ କରାଯାଇଥିବା ଡିସିପି କହିଛନ୍ତି।

ରାଜଧାନୀରେ ୫ ସ୍ତ୍ରୀଙ୍କ ସ୍ବାମୀ ସତ୍ୟଜିତ ସାମଲ ଶନିବାର ବନ୍ଧାହୋଇଥିଲେ। ତାଙ୍କର ଆହୁରି ୪୯ ଜଣ ପ୍ରେମିକା ଥିଲେ। ଏହି ଘଟଣାର ପୋଲିସ କମିଶନର ସଞ୍ଜୀବ ପଣ୍ଡା ପ୍ରେସମିଟ କରି ପର୍ଦ୍ଦାଫାଶ କରିଥିଲେ। ସତ୍ୟଜିତ୍‌ଙ୍କ ଘର ଯାଜପୁର ବିଞ୍ଝାରପୁରରେ । ସତ୍ୟଜିତ ନିଜକୁ ଗୁଇନ୍ଦା ଇନ୍ସପେକ୍ଟର କହି ବାୟୋଡାଟାରେ ଦର୍ଶାଇ ମହିଳାଙ୍କୁ ଠକୁଥିଲେ। ଅନ୍ୟପକ୍ଷେ ମହିଳା ପୋଲିସଙ୍କ ଚାଟିଂ କରି ଦୁବାଇରୁ ଭୁବନେଶ୍ବର ଫେରିଥିଲେ। ତାଙ୍କର ଏହି ନିଷ୍ପତ୍ତି ତାଙ୍କୁ ଫସାଇଥିଲା। ବିଧବା ମହିଳା ଓ ଡିଭୋର୍ସିଙ୍କୁ ଟାର୍ଗେଟ କରି ଟଙ୍କା ଠକେଇ କରୁଥିଲେ। ମହିଳାଙ୍କୁ ଫସାଇ ବାହା ହେବା ପରେ ତାଙ୍କ ନାଁରେ ଲୋନ ନେଇ ମଉଜ କରୁଥିଲେ। ଧରାପଡ଼ିବା ପୂର୍ବରୁ ବିଦେଶ ଖସି ଯାଉଥିଲେ। ସତ୍ୟଜିତ୍‌ଙ୍କଠାରୁ ୨ ଲକ୍ଷ ୧୦ ହଜାର ଟଙ୍କା, ୩ଟି କାର, ବୁଲେଟ ଜବତ ହୋଇଛି। ୩ ବ୍ୟାଙ୍କ ଆକାଉଣ୍ଟ ସିଜ, ବିବାହ ସମ୍ପର୍କିତ ଡକ୍ୟୁମେଣ୍ଟ ଜବତ ହୋଇଛି।

Share