ସତ୍କାର ପାଇଁ ନେବାବେଳେ ମହିଳାଙ୍କ ମୃତଦେହ ଜବତ

କଣ୍ଟାପଡା,୯।୧୦:(ଡି.ଏନ୍‌.ଏ.): ଗୋବିନ୍ଦପୁର ଥାନା ଅନ୍ତର୍ଗତ ପୂର୍ବପାରୀ ଧାନମଣ୍ଡଳ ଗ୍ରାମର ଜଣେ ମହିଳାଙ୍କ ମୃତଦେହକୁ ଶାଶୁଘର ଲୋକ ଶୁକ୍ରବାର ମଶାଣୀରେ ସତ୍କାର କରିବାକୁ ନେବାବେଳେ ପୋଲିସ ଜବତ କରିଥିଲା। ପରେ ତାହାକୁ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ପଠାଇବା ସହ ଏକ ଅପମୃତ୍ୟୁ ମାମଲା(ନଂ.୧୧/୨୧) ରୁଜୁ କରି ତଦନ୍ତ ଚଳାଇଛି। ମିଳିଥିବା ସୂଚନା ଅନୁଯାୟୀ, ଧାନମଣ୍ଡଳ ଗ୍ରାମର ଅମୀୟ ତ୍ରିପାଠୀଙ୍କ ସ୍ତ୍ରୀ ସୁମିତ୍ରା ଗୁରୁବାର ସନ୍ଧ୍ୟାରୁ ଘରୁ କେଉଁଆଡେ ଚାଲି ଯାଇଥିଲେ। ଶୁକ୍ରବାର ତାଙ୍କର ମୃତଦେହ କନ୍ଦଳନଦୀର କୁଶୁନପୁର ନିକଟରେ ଭାସୁଥିଲା। ଖବରପାଇ ପରିବାର ଲୋକେ ମୃତଦେହ ଉଦ୍ଧାର କରି ଆଣିଥିଲେ। ତେବେ ପୋଲିସକୁ ନ ଜଣାଇ ମଶାଣିରେ ମୃତଦେହ ସତ୍କାର ପାଇଁ ଉଦ୍ୟମ କରୁଥିବାବେଳେ ପୋଲିସ ପହଞ୍ଚି ତାହାକୁ ଜବତ କରିଥିଲା।

Share