ମହିଳାଙ୍କ ଗଳାକାଟି ବିଭତ୍ସ ହତ୍ୟା

ଭଣ୍ଡାରିପୋଖରୀ,୧୨।୧(ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ନୂଆ ପୋଖରୀ ଗ୍ରାମରେ ଜଣେ ବିବାହିତା ମହିଳାଙ୍କୁ ଗଳାକାଟି ହତ୍ୟା କରାଯାଇଛି। ମହିଳା ଜଣକ ହେଲେ ରାଧାରାଣୀ ମହାନ୍ତି। ରାଧାରାଣୀଙ୍କ ସ୍ବାମୀ ନାରାୟଣ ମହାନ୍ତି ବାହାରେ ରହି କାମ କରୁଥିବା ବେଳେ ସେ କିଛିଦିନ ହେଲା ଘରେ ରହୁଥିଲେ। ତେବେ ରାଧାରାଣୀ ସୋମବାର ସନ୍ଧ୍ୟାରୁ ଘର ଛାଡ଼ି କେଉଁଆଡେ ପଳାଇଯାଇଥିଲେ। ତାଙ୍କ ଶାଶୁ ରାତିରେ ବହୁ ଖୋଜାଖୋଜି କରି ନ ପାଇ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ମଙ୍ଗଳବାର ସକାଳୁ ଗ୍ରାମ ପାଖ ଏକ ରାସ୍ତା କଡ଼ରେ ରାଧାରାଣୀଙ୍କ ବିଭତ୍ସ ମୃତଦେହ ପଡିଥିବା ଲୋକ ଦେଖିଥିଲେ। ପୋଲିସକୁ ଏ ସମ୍ପର୍କରେ ଜଣାଇବା ପରେ ଭଣ୍ଡାରିପୋଖରୀ ପୋଲିସ ସାଇଣ୍ଟିଫିକ ଟିମ୍‌ ସହ ଘଟଣାସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Share