ସନ୍ତାନ ପ୍ରସବ ସମୟରେ ବାହାରକୁ ବାହାରିଆସିଲା ମହିଳାଙ୍କ ଗର୍ଭାଶୟ, ଆଉ ତା’ ପରେ…

ସନ୍ତାନ ପ୍ରସବ କରିବା ଜଣେ ମା’ ପାଇଁ କେତେ କଷ୍ଟ ତାହା କେବଳ ଜଣେ ମା ହିଁ କହିପାରିବେ। ଏମିତି ଜଣେ ମହିଳାଙ୍କ କ୍ଷେତ୍ରରେ ଘଟିଛି। ସନ୍ତାନ ପ୍ରସବ ସମୟରେ ଏକ ଭୟାନକ ପରିସ୍ଥିତିର ସାମ୍ନା କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ମହିଳା।

ଜଣାଶୁଣା ଟିକ୍‌ଟକ୍‌ ୟୁଜର ଷ୍ଟେଫ୍‌ ନିଜ ଫଲୋଅର୍ସମାନଙ୍କ ସହିତ ସନ୍ତାନ ପ୍ରସବ କରିବା କାହାଣୀ ଶେୟାର କରିଛନ୍ତି। ସେ ଏଥିରେ କହିଛନ୍ତି, ସନ୍ତାନ ପ୍ରସବ କରିବା ପରେ ତାଙ୍କର ଗର୍ଭାଶୟ ବାହାରକୁ ଚାଲିଆସିଥିଲା। ଏହା ପରେ ଡାକ୍ତରମାନେ ଗର୍ଭାଶୟକୁ ଏକ ବାଲ୍‌ଟିରେ ରଖି ଦେଇଥିଲେ।

ଏହି ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୨.୨ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ଯାହାକୁ ନେଇ ଫଲୋଅର୍ସମାନେ ତାଙ୍କର ଅନୁଭବ ଆହୁରି ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ପରେ ଷ୍ଟେଫ୍‌ ଫଲୋଅର୍ସଙ୍କୁ କହିଛନ୍ତି କି, ଡାକ୍ତରମାନେ ଏହି ଗର୍ଭାଶୟକୁ ପୁଣି ଭିତରେ ରଖିଦେଇଛନ୍ତି। ୨୪ ଘଣ୍ଟା ପରେ ତାଙ୍କର ହୋସ ଆସିଥିଲା। ଗର୍ଭାଶୟ ପୁଣି ଭିତରକୁ ଯିବା ୫୦ ପ୍ରତିଶତ ସମ୍ଭାବନା ଥିଲା। କିନ୍ତୁ ଡାକ୍ତରମାନେ ଏହାକୁ ଠିକ୍‌ ଭାବରେ ରଖିଛନ୍ତି। ବର୍ତ୍ତମାନ ମୁଁ ସୁସ୍ଥ ଅଛି ବୋଲି କହିଛନ୍ତି ଷ୍ଟେଫ୍‌।

Share