Categories: ଖେଳ

ଲଢେଇ କରି ହାରିଗଲେ ମହିଳା ହକି ଦଳ

ଟୋକିଓ,୬।୮: ଟୋକିଓ ଅଲିମ୍ପିକ୍ସରେ ଭାରତ ଏବଂ ଗ୍ରେଟ ବ୍ରିଟେନ ମଧ୍ୟରେ ଚାଲିଥିବା ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି। ଫଳରେ ଅଲିମ୍ପିକ୍ସରେ ଭାରତର ପଦକ ଆଶା ଅଧୁରା ରହିଯାଇଛି। ଦ୍ୱିତୀୟ କ୍ୱାର୍ଟର ଆରମ୍ଭରେ ଗ୍ରେଟ ବ୍ରିଟେନ ଆଗରେ ଥିବାବେଳେ ଭାରତୀୟ ଦଳ ଶେଷରେ ଦୃଢ ପ୍ରତିଶୋଧ ନେଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ୦-୨ ତଳକୁ ଖସିଯିବା ପରେ ଭାରତୀୟ ଦଳ ପାଞ୍ଚ ମିନିଟ ମଧ୍ୟରେ ତିନୋଟି ଗୋଲ ସ୍କୋର କରି ୩-୨ ଅଗ୍ରଣୀ ହାସଲ କରିଥିଲା। ତୃତୀୟ କ୍ୱାର୍ଟରରେ ବ୍ରିଟେନର ତୃତୀୟ ଗୋଲ ସ୍କୋର ୩-୩ ରେ କରିଥିଲା। ଚତୁର୍ଥ କ୍ୱାର୍ଟରରେ ବ୍ରିଟେନର ଚତୁର୍ଥ ଗୋଲ ଦେଇ ମ୍ୟାଚ୍‌କୁ ନିଜ ପକ୍ଷକୁ ନେଇଥିଲା। ସୂଚନାଯୋଗ୍ୟ, ତୃତୀୟଥର ପାଇଁ ଭାରତୀୟ ମହିଳା ହକି ଦଳ ଅଲିମ୍ପିକ୍ସରେ ପ୍ରବେଶ କରି ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲା।

Share