ଚାଲିଥିଲା କାମ, ହଠାତ୍‌ ଜିଲାପାଳଙ୍କ ଅଫିସରେ ଲାଗିଗଲା ନିଆଁ

ଖୋର୍ଦ୍ଧା ,୩୦।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାପାଳଙ୍କ ଅଫିସରେ ଲାଗିଲା ନିଆଁ। ଇନଭଟର୍ର ବ୍ୟାଟେରୀ ଫାଟି ଏହି ଅଗ୍ନିକାଣ୍ଡ ଘଟିଛି। ଫଳରେ ନିଆ ଲାଗି କିଛି କାଗଜ ପତ୍ର ପୋଡ଼ି ଯାଇଛି । ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ କର୍ମଚାରୀ ବସିଥିବାବେଳେ ଇନଭଟର୍ର୍‌ ଫାଟିବାରୁ ଏପରି ଘଟଣା ଦେଖିବାକୁ ମିଳିଛି।

ତେବେ ଏହି ଘଟଣାରେ ଅଳ୍ପକେ ବର୍ତ୍ତିଛନ୍ତି କର୍ମଚାରୀ। କେବଳ କାଗଜପତ୍ର ପୋଡି ହୋଇଥିବାବେଳେ କେହି ଆହତ ହୋଇ ନ ଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ଅଗ୍ନିକାଣ୍ଡର କାରଣ ବିଦ୍ୟୁତ ଶର୍ଟ ସର୍କିଟ ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଛି ।

Share