Advertisement

କାନ୍ଥ ପଡ଼ି ଶ୍ରମିକ ମୃତ

ଛେଣ୍ଡିପଦା,୧୫।୪(ସ୍ବ.ପ୍ର.): ଅନୁଗୋଳ ଜିଲା ବାଗଡିଆ ଥାନା ଟାଙ୍ଗିରି ପଞ୍ଚାୟତର ନୂଆପଡା ଗ୍ରାମରେ ଘର କାନ୍ଥ ପଡି ଶୁକ୍ରବାର ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ନୂଆପଡା ଗ୍ରାମର ବାମନ ବେହେରା। ଘଟଣାରୁ ପ୍ରକାଶ, ନୂଆପଡା ଗ୍ରାମର ଟୁନା ମହାପାତ୍ରଙ୍କ ପୁରୁଣା ଘରର କାନ୍ଥ ଭାଙ୍ଗିବା ପାଇଁ ସେହି ଗ୍ରାମର ବାମନ ଓ ତାଙ୍କ ପୁଅ ଦୀପକ ବେହେରା ଶ୍ରମିକଭାବେ କାମ କରୁଥିଲେ। ଘର ଭଙ୍ଗା ଚାଲିଥିବା ବେଳେ ହଠାତ କାନ୍ଥଟି ଭୁଶୁଡି ପଡ଼ିଥିଲା। ଫଳରେ କାନ୍ଥ ତଳେ ବାମନ ଚାପି ହୋଇଯାଇଥିଲେ। ଘର ମାଲିକ ଓ ଅନ୍ୟମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ବଗଡିଆ ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେବା ସହ ତଦନ୍ତ ଆରମ୍ଭ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel