ଇଲେଭେନ୍‌ କେଭି ତାର ସଂସ୍ପର୍ଶରେ ଆସି ଶ୍ରମିକଙ୍କ ଜୀବନ ଗଲା

ନିରାକାରପୁର,୫ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ପଞ୍ଚାୟତ କାର୍ଯ୍ୟାଳୟରେ ନିର୍ମାଣାଧୀନ କାର୍ଯ୍ୟ ଚାଲୁଥିବା ବେଳେ ଇଲେଭେନ କେଭି ବିଦ୍ୟୁତତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକର ଗୁରୁତର ହୋଇଥିଲେ। ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଗ୍ରାମରେ। ମୃତକ ଜଣଙ୍କ ରସାନନ୍ଦ ମୁଦୁଲି ବୋଲି ଜଣାପଡ଼ିଛି।