Categories: ଜାତୀୟ

ସ୍କୁଲ ବନ୍ଦକୁ ନେଇ ପ୍ରଶ୍ନ ଉଠାଇଲେ ବିଶ୍ୱ ବ୍ୟାଙ୍କ ଶିକ୍ଷା ନିର୍ଦ୍ଦେଶକ

ନୂଆଦିଲ୍ଲୀ,୧୬ା୧: କରୋନା ମହାମାରୀ ମଧ୍ୟରେ ସ୍କୁଲ ବନ୍ଦକୁ ନେଇ ବିଶ୍ୱ ବ୍ୟାଙ୍କ ଶିକ୍ଷା ନିର୍ଦ୍ଦେଶକ ଜେମ୍‌ ସାଭେଦ୍ରା ଅନେକ ପ୍ରଶ୍ନ ଉଠାଇଛନ୍ତି।

ଏକ ସାକ୍ଷାତକାରରେ ସେ କହିଛନ୍ତି, ସ୍କୁଲ ଖୋଲିବା ପାଇଁ ପିଲାମାନଙ୍କର ଟିକାକରଣକୁ ଅପେକ୍ଷା କରିବାର କୌଣସି ଅର୍ଥ ନାହିଁ ଏବଂ ଏହା ପଛରେ କୌଣସି ବୈଜ୍ଞାନିକ ଆଧାର ନାହିଁ। କରୋନା ଯୋଗୁ ପିଲାମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ କମ୍‌, କିନ୍ତୁ ସ୍କୁଲ ବନ୍ଦ ପାଇଁ ଖର୍ଚ୍ଚ ବହୁତ ଅଧିକ। ମହାମାରୀ ସମୟରେ ସ୍କୁଲ ବନ୍ଦ ହେତୁ ଭାରତରେ ପିଲାମାନଙ୍କ ମଧ୍ୟରେ ଶିକ୍ଷାର ଅଭାବ ୫୫ରୁ ୭୦ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ମଧ୍ୟ କୁହାଯାଇଛି।

ସେ କହିଛନ୍ତି,ସ୍କୁଲ ଖୋଲିବା ଦ୍ୱାରା କରୋନା ଭାଇରସ ମାମଲା ବୃଦ୍ଧି ପାଇଛି ଏବଂ ସ୍କୁଲଗୁଡ଼ିକ ‘ସୁରକ୍ଷିତ ସ୍ଥାନ’ ନୁହେଁ ବୋଲି କୌଣସି ପ୍ରମାଣ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ, ଏକ ସାଧାରଣ ନୀତି ଦୃଷ୍ଟିକୋଣରୁ ପିଲାମାନଙ୍କୁ ଟିକାକରଣ ନ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାର କୌଣସି ଅର୍ଥ ନାହିଁ। ଏପରିକି ଏହା ପଛରେ କୌଣସି ବୈଜ୍ଞାନିକ କାରଣ ମଧ୍ୟ ନାହିଁ। କରୋନା ମହାମାରୀ ଚାଲିଥିଲେ ମଧ୍ୟ ସ୍କୁଲ ବନ୍ଦ କରିବା କିଛି ଯଥାର୍ଥତା ନାହିଁ। କରୋନାର ନୂଆ ଭାରିଆଣ୍ଟ ଆସିଥିଲେ ବ ସ୍କୁଲ ବନ୍ଦ କରିବା ଶେଷ ପନ୍ଥା ନୁହେଁ। କାରଣ ଅନେକ ଦେଶରେ ସ୍କୁଲ ବନ୍ଦ ରହିଥିଲେ ମଧ୍ୟ କରୋନା ସଂକ୍ରମଣ ମାମଲା ବଢ଼ିଛି। ତେଣୁ କରୋନା ବୃଦ୍ଧି ମାମଲାରେ ସ୍କୁଲର କୌଣସି ଭୂମିକା ହିଁ ନାହିଁ।

Share