ଲଣ୍ଡନ: ଅନେକ ବ୍ୟକ୍ତି ବିଶ୍ୱ ଭ୍ରମଣ କରିବାକୁ ଚାହୁଁଥିବାବେଳେ ତାଙ୍କ ପାଇଁ ଅର୍ଥ ସର୍ବଦା ବାଧକ ସାଜିଥାଏ। ହେଲେ ଏକ ଦମ୍ପତି ୨ ବର୍ଷ ହେଲା ବିଶ୍ୱ ବୁଲୁଛନ୍ତି। ବ୍ରିଟେନ୍ର ବାସିନ୍ଦା ୩୫ ବର୍ଷୀୟା ହନ୍ନା ବୁଲ ଏବଂ ତାଙ୍କ ସ୍ବାମୀ ୩୮ ବର୍ଷୀୟ ରବଙ୍କର ବୁଲିବା ବହୁତ ପସନ୍ଦ। ସେମାନେ ଚାକିରି କରିବା ଭିତରେ ବି ଛୁଟି ନେଇ ବୁଲିବାକୁ ଯାଉଥିଲେ। ହେଲେ ଦୁହେଁ ଦିନେ ହଠାତ୍ ଚାକିରି ଛାଡ଼ି, ଘର ଗାଡ଼ି ବିକ୍ରି କରିଦେଲେ। କରୋନା ପରେ ପରେ ଗତବର୍ଷ ଜାନୁୟାରୀରେ ସେମାନେ ବୁଲିବାକୁ ବାହାରିପଡ଼ିଲେ। ଦୁହେଁ ଅଜଣା ବ୍ୟକ୍ତିଙ୍କ ଘରେ ଆଶ୍ରୟ ନେବା ସହ ଅନେକ ଗୃହପାଳିତ ପଶୁଙ୍କ ସେବା କରି ପେଟ ପୋଷିଲେ। ଦମ୍ପତି ଆରିଜୋନାରେ ଘୋଡ଼ାକୁ ପାଳିଲେ। ପରେ ବୁଦାପେଷ୍ଟର କିଣ୍ଡରଗାର୍ଡେନରେ ସେ ଲୋକଙ୍କୁ ଇଂରାଜୀ ଶିକ୍ଷା ଦେଇଥିଲେ। କୋଷ୍ଟାରିକାରେ ସେ ଏକ ବହି ସମ୍ପାଦନା କରିବାରେ ସାହାଯ୍ୟ ମଧ୍ୟ କରିଥିଲେ। ମୋଣ୍ଟେନିଗ୍ରୋରେ ଏକ କୁକୁଡ଼ା ଘରେ ଅଶାନ୍ତ ଲୋକଙ୍କ ଝଗଡ଼ାକୁ ଶାନ୍ତ କରିଥିଲେ। ହନ୍ନା କହିଛନ୍ତି, କରୋନା କାରଣରୁ ତାଙ୍କ ଚାକିରି ଚାଲିଗଲା। ସେତେବେଳେ ସେମାନେ ଆଉ ଘରେ ରହିବାକୁ ଚାହିଁଲେନି। ସେମାନେ ୨-୩ ବର୍ଷ ବୁଲିବାକୁ ସ୍ଥିର କଲେ। ସବୁ କିଛି ବିକ୍ରି କରି ବୁଲିବାକୁ ବାହାରିପଡ଼ିଲେ। ଏହି ୨ ବର୍ଷ ମଧ୍ୟରେ ସେମାନେ ୪୦ରୁ ଅଧିକ ସହର ବୁଲିସାରିଲେଣି।