‘ମୋ ଦୃଷ୍ଟିରେ ଦୁନିଆ ଏକ ପରିବାର’

ନ୍ୟୁୟର୍କ,୨୪ା୯: ମିଳିତ ଜାତିସଂଘର ସାଧାରଣ ସଭାରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଅଷ୍ଟାଦଶ ଶତାବ୍ଦୀରେ ଭାରତ ବିଶ୍ୱର ମୋଟ୍‌ ଅର୍ଥନୀତିର ଏକ ଚତୁର୍ଥାଂଶ ଥିଲା, କିନ୍ତୁ ବିଂଶ ଶତାବ୍ଦୀର ମଧ୍ୟଭାଗରେ ଦାସତ୍ୱ ହେତୁ ଅବସ୍ଥା ଆହୁରି ଖରାପ ହୋଇଗଲା। ଯେଉଁଥିପାଇଁ ଦୁନିଆର ଗରିବ ଦେଶ ଭାବରେ ପରିଗଣିତ ହେଲା।

ଏବେ ପୁଣି ଥରେ ଭାରତ ନିଜର ସାମର୍ଥ୍ୟକକୁ ହୃଦୟଙ୍ଗମ କରିଛି। ୭୫ ବର୍ଷର ସ୍ବାଧୀନତା ପରେ ଭାରତ ବିଶ୍ୱର ୫ମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ବିକାଶ ପଥରେ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି। ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଉପରେ ଆମର ବିକାଶ ଏପରି ଢଙ୍ଗରେ କରାଯାଇଛି ଯେ, କୌଣସି ନାଗରିକ ପଛରେ ରହିବେ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, ପୃଥିବୀ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ନିଶ୍ଚିତ କରିବାକୁ ମିଳିତ ଜାତିସଂଘ ସହ ସହଭାଗିତାକୁ ମଜଭୁତ କରିବାକୁ ଭାରତ ପ୍ରତିବଦ୍ଧ। ମିଳିତ ଜାତିସଂଘର ନୀତି ଏବଂ ଚାର୍ଟର ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ମୋ’ ଦୃଷ୍ଟିରେ ସାରା ବିଶ୍ୱ ହେଉଛି ଗୋଟିଏ ପରିବାର।

Share