କାବୁଲ ଉପରେ ବିଶ୍ୱ ନଜର

କାବୁଲ/ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୮: ତାଲିବାନ୍‌ର କାବୁଲ ଦଖଲ ପରେ ସବୁଠି ଆତଙ୍କର ମାହୋଲ। ହମିଦ କାରଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ତୁହାକୁ ତୁହା ଗୁଳି ଫୁଟୁଛି। ବିଦେଶୀଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଦେଶକୁ ପଠାଇବା ଲାଗି ଭିତରେ ଆମେରିକୀୟ ସୈନ୍ୟଙ୍କ ଉପସ୍ଥିତି କେତେକାଂଶରେ ଆଶ୍ୱସ୍ତ କରୁଥିବାବେଳେ ଏୟାରପୋର୍ଟ ବାହାରେ ସଶସ୍ତ୍ର ଆତଙ୍କବାଦୀଙ୍କ ଦୌରାମତ୍‌ୟ ବଢ଼ିବାରେ ଲାଗିଛି। ଯେଉଁ ଆଡ଼େ ଦେଖିଲେ ବନ୍ଧୁକଧାରୀ ତାଲିବାନୀଙ୍କ କଡ଼ା ପହରା। ଆଫଗାନିସ୍ତାନ ନାଗରିକଙ୍କ ବିକ୍ଷୋଭକୁ ଦମନ କରିବା ପାଇଁ ତାଲିବାନ ଲଢ଼ୁଆମାନେ ଚଳାଇଥିବା ହିଂସାମତ୍କ ଦମନଲୀଳା କାବୁଲକୁ ବସ୍ତୁତଃ ଏକ ଯୁଦ୍ଧଭୂଇଁରେ ପରିଣତ କରିଛି। ଇତିମଧ୍ୟରେ ୧୩,୦୦୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଏୟାରଲିଫ୍ଟ କରାଯାଇଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ନାଟୋ ମଧ୍ୟ ଅନ୍ୟ ରାଷ୍ଟ୍ରଗୁଡ଼ିକର ନାଗରିକଙ୍କୁ ସ୍ଥାନାନ୍ତରରେ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛି। ତାଲିବାନ ନିଜ ନିୟନ୍ତ୍ରଣ ମଜଭୁତ କରିବା ପାଇଁ ଚାଇନା ଆଡ଼କୁ ସହଯୋଗ ଦୃଷ୍ଟିରେ ଅନାଇ ବସିଛି। ତାଲିବାନ ମୁଖପାତ୍ର ସୁହୈଲ ଶାହିନ କହିଛନ୍ତି, ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠାକୁ ପ୍ରୋତ୍ସାହନ ଦେବା ପାଇଁ ଚାଇନା ଏକ ସକାରାମତ୍କ ଭୂମିକା ଗ୍ରହଣ କରିଛି। ଦେଶର ପୁନଃ ପ୍ରତିଷ୍ଠା ଦିଗରେ ଅବଦାନ ଲାଗି ବେଜିଂକୁ ସ୍ବାଗତ। ଏହି ପରିପ୍ରେକ୍ଷୀରେ କାବୁଲ ଉପରେ ସାରା ବିଶ୍ୱର ନଜର କେନ୍ଦ୍ରୀଭୂତ ହୋଇଛି।

Share