Categories: ଫୁରସତ

ଦିଆସିଲି କାଠିର ସଂସାର

କଳାକାରଙ୍କ ଦୁନିଆ ଅଲଗା। ଆଉ ସେମାନେ ସବୁ ଜିନିଷକୁ ଭିନ୍ନ ଏକ ନଜରରେ ବି ଦେଖନ୍ତି। ଏଇ ଯେମିତି କେରଳ, କୋଚିର ବିଭିନ୍‌ ଲାଲ। ସେ ଜଣେ ଫଟୋଗ୍ରାଫର ସହ ଜଣେ ଦିଆସିଲି କାଠି କଳାକାର। ସେ ଦିଆସିଲି କାଠିରେ ଆଖପାଖର ଦୃଶ୍ୟ ଓ ଘଟଣାବଳୀକୁ ତିଆରି କରନ୍ତି। ସେ ସୁଖି ପରିବାରର ହେଉକି ଗରିବର ଦୁଃଖ, ଯୁଦ୍ଧଭୂମିରେ ଲଢୁଥିବା ଭାରତୀୟ ସେନା ଅବା ଦେବୀଦେବତାଙ୍କ ପ୍ରତିକୃତୀ, ସବୁକିଛିକୁ ସେ ଖୁବ୍‌ ସୁନ୍ଦରଭାବେ ଦିଆସିଲି କାଠିରେ ରୂପ ଦେଇପାରନ୍ତି। ଆଉ ତାଙ୍କର ପ୍ରତ୍ୟେକ ପ୍ରତିକୃତୀ କହେ କିଛି କାହାଣୀ। ବିଭିନ୍‌ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯେକି ମ୍ୟାଚ୍‌ଷ୍ଟିକ ଭିଡିଓ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ଏକ ସୁନ୍ଦର କାହାଣୀ ରହିଛି। ଏହି ଭିଡ଼ିଓ ୟୁଆର୍‌ଏଫ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଛି।

Share