Categories: ଜାତୀୟ

କର୍ତ୍ତବ୍ୟ ପଥରେ ଭାରତର ଶକ୍ତି ଦେଖିଲା ବିଶ୍ୱ, ଗର୍ଜିଲା ରାଫାଲ, ପ୍ରଜ୍ଞାପନ ମେଢ଼ରେ ଚନ୍ଦ୍ରୟାନ-୩ର ଝଲକ

ନୂଆଦିଲ୍ଲୀ,୨୬।୧: ଶୁକ୍ରବାର ସମଗ୍ର ଦେଶ ୭୫ ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ନ୍ୟାଶନାଲ ଓ୍ବାର୍‌ ମେମୋରିଆଲରେ ପହଞ୍ଚତ୍ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏଥର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେଉଛନ୍ତି ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ୍‌ ମାକରଁ। ଏହି ସମୟର ଗଣତନ୍ତ୍ର ଦିବସ ଅନେକ ଦିଗରୁ ସ୍ବତନ୍ତ୍ର । ପ୍ରଥମ ଥର ପାଇଁ ସାମରିକ ବ୍ୟାଣ୍ଡ୍‌ ପରିବର୍ତ୍ତେ ସ୍ବତନ୍ତ୍ର ନଗାଡା ଧ୍ୱନି ସହିତ ପରେଡ୍‌ ଆରମ୍ଭ ହୋଇଥିଲା । ବିକଶିତ ବିଷୟ ଭାରତ ଏବଂ ଭାରତ ଲୋକତନ୍ତ୍ରର ମାତୃକା ବା ମଦର ଅଫ୍‌ ଡେମୋକ୍ରାସି – ଉଭୟ ବିଷୟ ଉପରେ ଆଧାରିତ।
ଏଥର ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଜ୍ଞାପନ ମେଢ଼ କ୍ରମରେ ଇସ୍ରୋ ବି ସାମିଲ ହୋଇଥିଲା। ଏହି ସମୟରେ ଚନ୍ଦ୍ରୟାନ-୩ର ପ୍ରଜ୍ଞାପନ ମେଢ଼ ମଧ୍ୟ ବାହାରିଥିଲା। ମେଢ଼ଟି ଦେଖିବା ପରେ ଦର୍ଶକଙ୍କ ସହ କେନ୍ଦ୍ରମନ୍ତ୍ରୀ ମଧ୍ୟ ଠିଆ ହୋଇଯାଇଥିଲେ।

Share