Categories: ଫୁରସତ

ବିଶ୍ୱର ସବୁଠୁ ବଡ଼ ବ୍ୟାଙ୍କ ଡକାୟତି

ବଲିଉଡ୍‌ ହେଉ କି ହଲିଉଡ୍‌ ବ୍ୟାଙ୍କ ଡକାୟତି ସହ ଜଡ଼ିତ ଅନେକ ଫିଲ୍ମ ଦେଖିଥିବେ।  ମାତ୍ର ଏହା ବାସ୍ତବରେ ମଧ୍ୟ ଘଟିଛି। ଯାହାକି ସବୁଠୁ ବଡ଼ ଧରଣର ଡକାୟତିରେ ଗଣା।

୨୦୦୩ରେ ଇରାକର ବାଗଦାଦ୍‌ରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କରୁ ଚୋରି ହୋଇଥିଲା। ବିଶେଷଜ୍ଞମାନେ ଏହି ଚୋରିକୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆର ସବୁଠୁ ବଡ଼ ବ୍ୟାଙ୍କ ଡକାୟତି ବୋଲି କହିଛନ୍ତି। କୁହାଯାଇଛି, ଏହି ଚୋରିରେ ମୋଟ୍‌ ୯୨୦ ନିୟୁତ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ପ୍ରାୟ ୭ ହଜାର କୋଟି ଲୁଟ୍‌ ହୋଇଛି। ଖବର ଅନୁଯାୟୀ, ଏହି ଚୋରି ପାଇଁ ସଦ୍ଦାମ ହୁସେନ ନିର୍ଦ୍ଦେଶ ଦେଇଥିଲେ। ସଦ୍ଦାମଙ୍କ ପୁଅ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ସହ ଏହି ଟଙ୍କା ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ନିଖୋଜ ଟଙ୍କା କେତେ ମିଳିଲା ତାହା ଜଣା ପଡ଼ିନାହିଁ, କିନ୍ତୁ ଥରେ ହୁସେନଙ୍କ ଘରେ ଚଢ଼ାଉ କରାଯାଇ ସେଠାରୁ ୬୫୦ ମିଲିୟନ ଡଲାର ଜବତ ହୋଇଥିଲା।

Share