Categories: ଫୁରସତ

ପାଣି ଭିତରେ ବିଶ୍ୱର ସବୁଠୁ ବଡ଼ ଶ୍ମଶାନ

ପାଲିକିର୍‌: ଚୁଉକ ଦ୍ୱୀପର ପାଣି ତଳେ ଥିବା ଏକ ଫଟୋ ନିକଟରେ ସାମ୍ନାକୁ ଆସିଛି। ଯାହାକୁ ଦେଖି ଲୋକେ ଏହି ପାଣି ଭିତରେ ବିଶ୍ୱର ସବୁଠୁ ବଡ଼ ଶ୍ମଶାନ ବୋଲି କୁହାଯାଉଛି। ମଣିଷ କଙ୍କାଳ, ଜାହାଜରେ ଲଦା ହୋଇଥିବା ଜିନିଷ ଏବଂ ଅନ୍ୟ ଜିନିଷ ପଡ଼ିଥିବା ଫଟୋରେ ଦେଖିବାକୁ ମିଳିଛି। ଏପରି ଏକ ଶ୍ମଶାନ ଚୁଉକ ଦ୍ୱୀପ ସମୂହରେ କରାଯାଇଛି। ବହୁତ ବଡ଼ ସଂଖ୍ୟାରେ ପାଣି ତଳେ ଜାହାଜର ଖଣ୍ଡ ପଡ଼ିଛି। ଏହି ପାଣିରେ ନୌସେନାର ଜାହାଜ, ଜାପାନର ଟ୍ରକ ଏବଂ କେତେଗୁଡ଼ିଏ ପୁରୁଣା ସୁଇମିଂ ଶୁଟ୍‌ ପଡ଼ିଛି। ଏହି ସବୁ ଜିନିଷ ଇତିହାସରେ ହୋଇଥିବା ଧ୍ୱଂସର ପ୍ରମାଣ; ଯେଉଁଥିରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ମଧ୍ୟ ସାମିଲ ରହିଛି। କିଛି ଖଣ୍ଡ ଅପରେଶନ ହେଲଷ୍ଟୋନରେ ବୁଡ଼ିଥିବା ଜାହାଜର ମଧ୍ୟ ରହିଛି; ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧର ଏକ ସୈନ୍ୟ ସଂଘର୍ଷ ଥିଲା। ଏଥିରେ ୪ହଜାର ୫ଶହ ଜାପାନୀ ସୈନିକଙ୍କ ମୃତ୍ୟୁ ହୋଇଥିଲା। ରିପୋର୍ଟ ମୁତାବକ, ଏହି ଅପରେଶନରେ ଅନେକ ବିମାନ ଏବଂ ଜାହାଜ ବୁଡ଼ିଯାଇଥିଲା। ଏଥିସହ ୪୦ ଆମେରିକା ସୈନ୍ୟଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ପାଣିରେ ମିଳିଥିବା ଜାହାଜ ଖଣ୍ଡ ସବୁ ଯୁଦ୍ଧ ସମୟର। ଏପରି କିଛି ଜାହାଜ ଖଣ୍ଡ ମଧ୍ୟ ପାପୁଆନ୍ୟୁଗିନି, ଫିଲିପିମ୍‌ସ କୂଳ ଏବଂ ଇଣ୍ଡୋନେସିଆର ପାଣିରେ ମଧ୍ୟ ମିଳିଛି। ହୋକି ମାରୁ ଜାହାଜର ଖଣ୍ଡ ମଧ୍ୟ ଏଠାରେ ପଡ଼ିଛି। ପାଣିରେ ମଣିଷଙ୍କ କଙ୍କାଳ ମଧ୍ୟ ପଡ଼ିଛି, ହେଲେ ଏହି ସ୍ଥାନ ପାଣି ବୁଡ଼ାଳିଙ୍କ ପାଇଁ ଅଧିକ ପ୍ରସିଦ୍ଧ। ୨ ଦିନ ଧରି ଚାଲିଥିବା ଅପରେଶନ ହେଲଷ୍ଟୋନରେ ମୋଟ ୨୫୦ ଜାପାନୀ ବିମାନ ନଷ୍ଟ ହୋଇଥିଲା। ୧୯୪୪ ମସିହାରେ ଆମେରିକାର ସୈନିକଙ୍କ ଦ୍ୱାରା ଏହି ଯୁଦ୍ଧ ହୋଇଥିଲା; ଯେଉଁଥିରେ ବହୁତ ସଂଖ୍ୟାରେ ଆମେରିକା ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ୧୭ ହଜାର ଟନ୍‌ର ଇନ୍ଧନ ମଧ୍ୟ ନଷ୍ଟ ହୋଇଥିଲା।

Share