Posted inଫୁରସତ

ଦୁନିଆର ସବୁଠୁ କଷ୍ଟ ଡ୍ୟାନ୍ସ, ଭିଡିଓ ଦେଖିଲେ ଘୂରିଯିବ ମୁଣ୍ଡ

ମଣିଷ ଏବଂ ମେଶିନ ମଧ୍ୟରେ ଏକ ମୌଳିକ ପାର୍ଥକ୍ୟ ରହିଛି। ତାହା ହେଲା ମଣିଷ କିଛି ଭୁଲିଯାଇପାରେ କିନ୍ତୁ ଯଦି ମେଶିନର ପ୍ରୋଗ୍ରାମିଂ ସେଟ୍‌ ହୋଇଥାଏ ଯାହା ଭୁଲ୍‌ ହୁଏନାହିଁ। କିଛି ବୈଷୟିକ ତ୍ରୁଟି ନ ହେବା ପର୍ଯ୍ୟନ୍ତ ଏଥିରେ ଭୁଲ୍‌ ହେବାର କୌଣସି ସମ୍ଭାବନା ନ ଥାଏ। ଏବେ ସୋସିଆଲ ମିଡିଆରେ ଏକ ଡ୍ୟାନ୍ସର ଭିଡିଓ ଭାଇରାଲ ହେଉଛି। ଏହା ଦେଖିବା ପରେ ଆପଣ କହିବେ ଏହା ମଣିଷ ନା ମେଶିନ।

 

View this post on Instagram

 

A post shared by EarthPix 🌎 Travel (@earthpix)

ଆପଣ ନିଶ୍ଚିତ ଭାବରେ ଜୁଲି ଡ୍ୟାନ୍ସ ଦେଖିଥିବେ, ଦୁନିଆର ସବୁଠାରୁ କଷ୍ଟଦାୟକ ଡ୍ୟାନ୍ସ ଭାବରେ ଜଣାଶୁଣା। ଏହି ଡ୍ୟାନ୍ସ ଫର୍ମର ବିଶେଷତ୍ୱ ହେଉଛି ଯଦି ଆପଣ ଏହାକୁ କ୍ରମାଗତ ଭାବରେ ଦେଖୁଛନ୍ତି, ତେବେ ନିଶ୍ଚିତ ଭାବରେ ଆପଣଙ୍କ ମୁଣ୍ଡ ବୁଲାଇବ। କାରଣ ଏଥିରେ ଷ୍ଟେପ୍‌ଗୁଡ଼ିକ ଖୁବ୍‌ ସ୍ପିଡ୍‌।

ଆଫ୍ରିକାର ଏହି ପାରମ୍ପରିକ ଡ୍ୟାନ୍ସର ବିଶେଷତ୍ୱ ହେଉଛି ଏହା ଅତି ଶୀଘ୍ର ପରିବେଷଣ କରାଯାଏ। ଡ୍ୟାନ୍ସବେଳେ ମୁଖା ଏବଂ ଡ୍ରେସ୍‌ ପିନ୍ଧିଥିବା ଜଣେ କଳାକାର ଏକ ଚମତ୍କାର ଡ୍ୟାନ୍ସ କରୁଥିବା ଦେଖାଯାଏ। ଏହି ଡ୍ୟାନ୍ସ କରୁଥିବା କଳାକାର ଜଣକ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ରଙ୍ଗୀନ ପୋଷାକ ପିନ୍ଧିଛନ୍ତି। ମୁହଁରେ ମୁଖା ଏବଂ ମୁଣ୍ଡରେ ଏକ ନିଆରା ମୁକୁଟ ପିନ୍ଧିଛନ୍ତି। ଏଥିରେ କଳାକାର ଜଣକ ଗୋଡ଼ ହଲାଇ ତୀବ୍ର ବେଗରେ ଡ୍ୟାନ୍ସ କରୁଛନ୍ତି। ଆଫ୍ରିକାର ଏହି ଡ୍ୟାନ୍ସ ଦୁନିଆର ସବୁଠାରୁ କଷ୍ଟ ବୋଲି ବିବେଚନା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ପହଞ୍ଚିଲା କୁକୁଡ଼ା ମାରିବା ମାମଲା, ଅଭିଯୁକ୍ତଙ୍କୁ ହୋଇପାରେ ୫ ବର୍ଷ ଜେଲ!

ଲକ୍ଷ୍ନୌ,୧୭।୧୧: ଉତ୍ତରପ୍ରଦେଶର କୌଶମ୍ଭି ଜିଲାରେ ଏକ ନିଆରା ମାମଲା ସାମ୍ନାକୁ ଆସିଛି ଯେଉଁଠି ଜଣେ ଯୁବକ ତାଙ୍କ ପୋଷା କୁକୁଡ଼ା ହତ୍ୟା ପରେ ନ୍ୟାୟ ପାଇବା...

କୃଷ୍ଣଙ୍କ ମନ୍ତ୍ର ଶୁଣି ମରଣ ମୁହଁରୁ ଫେରିଆସିଲା ମାଙ୍କଡ଼! ଭିଡିଓ ଦେଖିଲେ ଝରିବ ଲୁହ… 

ରାସ୍ତା ମଝିରେ ନିସ୍ତେଜ ହୋଇ ପଡ଼ି ରହିଥିଲା ମାଙ୍କଡଟିଏ। ଗାଡ଼ି ମୋଟରରେ ଚାଲି ଯାଉଥିବା ଲୋକମାନେ ଦେଖି ଘଡ଼ିଏ ଅଟକି ଯାଉଥିଲେ। ହେଲେ ମରି ଯାଇଛି...

ଏହିଦିନ ପାଳନ କରାଯାଏ ଜାତୀୟ କଣ୍ଡୋମ ଦିବସ, ଜାଣିଲେ ହସି ହସି ବେଦମ ହେବେ…

କଣ୍ଡୋମ କେବଳ ଏକ ସାମାଜିକ ଶବ୍ଦ ନୁହେଁ, କିନ୍ତୁ ଏହା ଆମ ସମାଜ ଏବଂ ସ୍ବାସ୍ଥ୍ୟ ପାଇଁ ଏକ ଅତ୍ୟାବଶ୍ୟକ ଉପକରଣ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ...

ରହସ୍ୟମୟୀ ଆଇଲାଣ୍ଡ, ଯେଉଁଠିକୁ ଥରେ ଗଲେ ମଣିଷ ଜୀବନ୍ତ ଫେରେନାହିଁ: ଜାଣନ୍ତୁ

ଦୁନିଆରେ ଅନେକ ରହସ୍ୟମୟ ଆଇଲାଣ୍ଡ ଅଛି, ସେଥିମଧ୍ୟରୁ ଗୋଟିଏ ଇଟାଲୀରେ ମଧ୍ୟ ରହିଛି। ଏହାର ନାମ ପୋଭେଲିଆ। ଏହି ଆଇଲାଣ୍ଡ ବିଷୟରେ ଅନେକ ରହସ୍ୟ ଅଛି,...

ଶିଶୁପ୍ରେମୀ ଚାଚା ନେହେରୁ

ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପଣ୍ଡିତ ଜବାହରଲାଲ ନେହେରୁ ଜଣେ ସଚ୍ଚା ଶିଶୁପ୍ରେମୀ ଥିଲେ। ତେଣୁ ତାଙ୍କର ଜନ୍ମ ଦିନ ୧୪ ନଭେମ୍ବର(୧୮୮୮ ମସିହା)କୁ...

ଯୌନ ମନ୍ତ୍ରଣାଳୟରୁ ଶୌଚ ମନ୍ତ୍ରଣାଳୟ, ଏହିସବୁ ଦେଶରେ ଅଛି ଅଜବ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୩।୧୧: ବିଭିନ୍ନ ବିଷୟ ଉପରେ ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେକୌଣସି ଦେଶର ସରକାରରେ ମନ୍ତ୍ରଣାଳୟ ରହିଛି। ଉଦାହରଣ...

ଚାକିରି ସ୍ବିଚ୍‌ କଲେ ସାଲାରୀ ଆକାଉଣ୍ଟ କ’ଣ ହୁଏ? ଜାଣି ନିଅନ୍ତୁ…

ସମସ୍ତେ ଭଲ ସୁଯୋଗ ପାଇଲେ ବା ଅଧିକ ଦରମା ପାଇଲେ ଚାକିରି ପରିବର୍ତ୍ତନ କରିଥା’ନ୍ତି । ତେବେ ଏଭଳି କ୍ଷେତ୍ରରେ ସାଲାରୀ ଆକାଉଣ୍ଟ କ’ଣ ହୁଏ...

ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri