Categories: ଖେଳ

ଦରମା ପାଇଁ ଚିନ୍ତାରେ ଅଛନ୍ତି ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ୍‌

ଇସଲାମାବାଦ,୧୨।୮: ପାକିସ୍ତାନ ଅଧିନାୟକ ବାବର ଆଜମ ନିକଟରେ ନିଜର ଦରମା ବଢାଇବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)କୁ ଅନୁରୋଧ କରିଛନ୍ତି। ବିଶ୍ୱର ନମ୍ବର ୧ନମ୍ବର ବ୍ୟାଟ୍ସମ୍ୟାନ ବାବର ତାଙ୍କ ଦରମାକୁ ନେଇ ଅସନ୍ତୁଷ୍ଟ। ତାଙ୍କ ବ୍ୟତୀତ ମହମ୍ମଦ ରିଜୱାନ, ହାସନ ଅଲି ଏବଂ ଶାହିନ ଆଫ୍ରିଦି ମଧ୍ୟ ସେମାନଙ୍କ ଦରମାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ବାବର ବର୍ଷକୁ ମାତ୍ର ୪୬ ଲକ୍ଷ ଟଙ୍କା ପାଉଥିବାବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ୭ କୋଟି ଟଙ୍କା ପାଉଛନ୍ତି। ଅସନ୍ତୁଷ୍ଟ ହେବା ମଧ୍ୟ ଅନିବାର୍ଯ୍ୟ କାରଣ ପାକିସ୍ତାନର ଖେଳାଳିମାନେ ଏତେ କମ ବେତନ ପାଆନ୍ତି ଯାହା ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ବିସିସିଆଇ ଭାରତୀୟ ଖେଳାଳିଙ୍କୁ କୋଟି କୋଟି ଟଙ୍କା ଦେଉଥିବା ବେଳେ ପାକିସ୍ତାନୀ ଖେଳାଳିଙ୍କ ପାଖରେ ଟଙ୍କା ଅଭାବ ରହିଛି। ଏହି କାରଣରୁ ପାକିସ୍ତାନ ଖେଳାଳିମାନେ ଦରମା ପାଇଁ ବୋର୍ଡ ନିକଟରେ ଅନୁରୋଧ କରିଛନ୍ତି।

Share