ମିଳିଲା ନିଖୋଜ ବିମାନର ଧ୍ୱଂସାବଶେଷ

କାଠମାଣ୍ଡୁ,୨୯।୫: ନେପାଳରେ ନିଖୋଜ ବିମାନର ସନ୍ଧାନ ମିଳିଛି। ମୁସ୍ତାଙ୍ଗର କୋୱାଙ୍ଗ ଗ୍ରାମରୁ ବିମାନର ଧ୍ୱଂସାବଶେଷ ମିଳିଛି। ଖରାପ ପାଗ ଯୋଗୁ ବିମାନଟି କ୍ରାସ୍‌ ହୋଇଯାଇଥିବା ନେପାଳ ବିମାନବନ୍ଦର ଅଧିକାରୀ କହିଛନ୍ତି।
ନେପାଳ ସେନାକୁ ସ୍ଥାନୀୟ ଲୋକେ ଦେଇଥିବା ସୂଚନା ଅନୁଯାୟୀ, ଲାମଚେ ନଦୀ ମୁହାଣରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ନେପାଳ ସେନା ହେଲିକପ୍ଟର ଯୋଗେ ଘଟଣାସ୍ଥଳ ଯାଞ୍ଚ୍‌ କରୁଥିବା ସେନା ମୁଖପାତ୍ର ନାରାୟଣ ସିଲୱାଲ କହିଛନ୍ତି।
ସୂଚନାଯୋଗ୍ୟ, ବିମାନରେ ୪ ଜଣ ଭାରତୀୟ ଏବଂ ୩ ଜଣ ଜାପାନୀ ନାଗରିକଙ୍କ ସମେତ ୨୨ ଜଣ ଯାତ୍ରୀ ଥିଲେ। ଏହି ବିମାନଟି ସକାଳ ୯.୫୫ରେ ପୋଖରାଠାରୁ ଜୋମସମ ଅଭିମୁଖେ ଯାତ୍ରା କରୁଥିଲା। ବିମାନଟି ମୁସ୍ତାଙ୍ଗରେ ପହଞ୍ଚିବା ମାତ୍ରେ ସମ୍ପର୍କ ଚ୍ଛିନ୍ନ ହୋଇଯାଇଥିଲା।

Share