ଲେଖକ ଲେଖନ୍ତୁ

ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୯(୧) ‘ଏ’ରେ ନାଗରିକର ଅଭିବ୍ୟକ୍ତି ସ୍ବାଧୀନତା ଏକ ମୌଳିକ ଅଧିକାର ଭାବେ ବର୍ଣ୍ଣନା କରାଯାଇଛି। କିନ୍ତୁ ବହୁ କ୍ଷେତ୍ରରେ ସେହି ଅଧିକାର ଭଙ୍ଗ ହେଉଥିବା ଦେଖିବାକୁ ମିଳୁଛି। ଏପରିକି ରୋକ୍‌ଠୋକ୍‌ କହି ଦେଉଥିବା କିମ୍ବା ଲେଖିଦେଉଥିବା ବ୍ୟକ୍ତିଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ୁଛି ବା ସ୍ଥଳବିଶେଷରେ ତାଙ୍କର ଜୀବନ ନେଇ ନିଆଯାଉଛି। ୫ ସେପ୍ଟେମ୍ବର ୨୦୧୭ରେ ବେଙ୍ଗାଲୁରୁରେ ସାମ୍ବାଦିକା ତଥା ଲେଖିକା ଗୌରୀ ଲଙ୍କେଶଙ୍କୁ ଚରମ ଦକ୍ଷିଣପନ୍ଥୀ ହିନ୍ଦୁଙ୍କୁ ସମାଲୋଚନା କରି ଲେଖା ପ୍ରକାଶ କରିବାରୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ଅଭିବ୍ୟକ୍ତି ସ୍ବାଧୀନତାକୁ ବିରୋଧ ସହ ଅସହିଷ୍ଣୁତାର ଅନେକ ଉଦାହରଣ ମଧ୍ୟରୁ ଏହା ଗୋଟିଏ। ଏବେ ତାମିଲନାଡୁର ପେରିୟାର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଆସୋସିଏଟ୍‌ ପ୍ରଫେସର ଆର୍‌. ସୁବ୍ରମଣି ଦୁଇଟି ବହି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଲେଖିବା ହେତୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ପୁସ୍ତକ ଦୁଇଟି ହେଲା ‘ପେରିୟାର୍ସ ବ୍ୟାଟଲଫିଲ୍ଡ’ ଏବଂ ‘ମାକାଉଲେ ଓ୍ବାଜ୍‌ ଆନ୍‌ ଏନ୍‌ମି ଅଫ୍‌ କନଜରଭେଟିଭ୍‌ ଏଜୁକେଶନ’। ଏହା ଯଥାକ୍ରମେ ୨୦୨୨ ଓ ୨୦୨୩ରେ ପ୍ରକାଶ ପାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ‘ମାକାଉଲେ’ ନାମରେ ସେ ୨୦୦୭ରେ ପ୍ରଥମେ ଏକ ବହି ଲେଖିଥିଲେ ଓ ୨୦୨୩ରେ ଏଥିରେ ୬୦ ପୃଷ୍ଠା ଅଧିକ ଯୋଡ଼ି ତାହାର ନାମ ପରିବର୍ତ୍ତନ କରିଥିଲେ। ତେବେ ପେରିୟାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନେଇଥିବା ନିଷ୍ପତ୍ତିକୁ ତାମିଲନାଡୁ ଫେଡେରେଶନ ଅଫ୍‌ ୟୁନିଭର୍ସିଟି ଫାକଲ୍ଟି ଆସୋସିଏଶନ ବିରୋଧ କରିବା ପରେ ଅଭିବ୍ୟକ୍ତି ସ୍ବାଧୀନତାକୁ ନେଇ ସଦ୍ୟ ସମସ୍ୟା ଉପୁଜିଛି।
ଭାରତରେ ଗତ କିଛିବର୍ଷ ହେବ ବିଭିନ୍ନ କ୍ଷେତ୍ରରେ ଅସହିଷ୍ଣୁତା କାୟା ବିସ୍ତାର କରୁଥିବା ବାରମ୍ବାର ଦେଖିବାକୁ ମିଳୁଛି। ଜଣେ କ’ଣ ଖାଇବ, କି ପୋଷାକ ପରିଧାନ କରିବ, କେଉଁ ଧର୍ମ ଅବଲମ୍ବନ କରିବ, କେଉଁ ପ୍ରସଙ୍ଗ ଉପରେ ଲେଖିବ ତାହା ବ୍ୟକ୍ତିର ପସନ୍ଦ ଉପରେ ଛଡ଼ା ନ ଯାଇ ଶାସନ କରୁଥିବା ବର୍ଗ ଉପରେ ନିର୍ଭର କରୁଥିବା ଭଳି ମନେହେଉଛି। ବିଗତ ଦିନରେ ହୋଇଥିବା ଅନେକ ଲିଞ୍ଚିଂର ମୂଳକୁ ଲକ୍ଷ୍ୟ କଲେ କିମ୍ଭୂତକିମାକାର କାରଣ ଜଣାପଡ଼ିଛି। ଏବେ ସାମାଜିକ ବ୍ୟବସ୍ଥାକୁ ଦେଖିଲେ କେନ୍ଦ୍ର ହେଉ ବା ଅନେକ ରାଜ୍ୟ ସରକାରଙ୍କୁ ଯେଉଁ ବିଷୟ ସୁହାଉ ନାହିଁ ବୋଲି ହୃଦ୍‌ବୋଧ ହେଉଛି, ତାହାକୁ ସଙ୍ଗେ ସଙ୍ଗେ ହଟାଇ ଦେବା ଲାଗି ନିର୍ଦ୍ଦେଶ ଆସୁଛି। ସେହି ନିର୍ଦ୍ଦେଶକୁ ଅବମାନନା କଲେ ବ୍ୟକ୍ତି କିମ୍ବା ସଙ୍ଗଠନ ଦଣ୍ଡିତ ହେଉଛନ୍ତି। ଏହାର ଅର୍ଥ ବୁଝିବାକୁ ହେବ ଯେ ଗଣତନ୍ତ୍ରକୁ ଅନୁସରଣ କରୁଥିବା ଭାରତବର୍ଷରେ ବ୍ୟକ୍ତି ସ୍ବାଧୀନତା ସଙ୍କୁଚିତ ହୋଇଯାଉଛି। ଯିଏ ସରକାରଙ୍କୁ ସମର୍ଥନ କଲେ ସିଏ ସୁନା ପୁଅ ଓ ସବୁ ସୁବିଧା ପାଇବାକୁ ହକ୍‌ଦାର ଏବଂ ଯେଉଁମାନେ ପ୍ରତିବାଦ କଲେ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ବୈପିତୃକ ମନୋଭାବ ପୋଷଣ କରାଯାଉଛି। ପେରିୟାର ବିଶ୍ୱବିଦ୍ୟାଳୟ ଆସୋସିଏଟ୍‌ ପ୍ରଫେସର ଆର୍‌. ସୁବ୍ରମଣି ଦ୍ରାବିଡୀୟ ସଂସ୍କାରକ ପେରିୟାର ଏବଂ ଭାରତରେ ଇଂଲିଶ ଶିକ୍ଷାର ପ୍ରଚଳନ କରିଥିବା ଲର୍ଡ ମାକାଉଲେଙ୍କୁ ଉପଲକ୍ଷ୍ୟ କରି ପୁସ୍ତକ ଲେଖିଛନ୍ତି। ସେଥିରେ ସେ ଯେଉଁ ଭାବନା ଯୋଡ଼ିଛନ୍ତି ତାହା ଉପରେ ତର୍ଜମା ହେବା ଦରକାର। ଓଡ଼ିଆରେ ଢଗ ଅଛି-‘ଗୋଠ ମାତିଲେ ଖଣ୍ଡିଆ ମାତେ’। ଅର୍ଥାତ୍‌ ଥୋକେ ଗୋଟେ ବିଷୟକୁ ଯଦି ବିରୋଧ କଲେ ଆହୁରି ଅନେକ ଲୋକ ମୂଳ କଥାକୁ ନ ବୁଝି ଗୋଟେ ‘ଘୋ’ରେ ମାତି ଯାଇଥାଆନ୍ତି। ଏଠାରେ ବହୁ ବିଷୟରେ ଉପଯୁକ୍ତ ଗବେଷଣା ବା ତର୍ଜମା ହୋଇ ନ ଥାଏ। ଜଣେ ଯଦି କୌଣସି ବିଷୟରେ ନୂଆ ଚିନ୍ତାଧାରା ଆଣିଛନ୍ତି ତାହା ଉପରେ କର୍ମଶାଳା, ସେମିନାର ଆଦି କରାଗଲେ କିଛି ଗୋଟେ ନିଷ୍କର୍ଷ ଆସିପାରନ୍ତା। ସବୁବେଳେ ସମାଲୋଚନାକୁ ନକାରାତ୍ମକ ଦୃଷ୍ଟିରେ ଦେଖାଯିବା ଉଚିତ ନୁହେଁ। ତେବେ ଜଣେ ଲେଖକ ପୂର୍ବରୁ ପ୍ରଚଳିତ ହେଉଥିବା ଧାରାରେ କିଛି ଖୁଣ ଥିବା ଲକ୍ଷ୍ୟ କଲେ, ସେ ତାହାକୁ ସହଜରେ ସୁଧାରି ନୂଆ ପରମ୍ପରା ସୃଷ୍ଟି କରିପାରିବେ। ପୁରୁଣାକାଳିଆ ଚିନ୍ତାଭର୍ତ୍ତି କୋଠରିର ଝରକାକୁ ଉନ୍ମୁକ୍ତ ରଖିଲେ ଯାଇ ମହତ୍‌ ଭାବନା ପ୍ରବେଶ କରିପାରନ୍ତା। ଏଭଳି ସ୍ଥଳେ ଆଫଗାନିସ୍ତାନର ଉଦାହରଣ ଦେଖାଯାଉ। ସେଠାରେ ତାଲିବାନ ଶାସକ ମହିଳାଙ୍କୁ ସମ୍ପୂର୍ଣ୍ଣ ଭାବେ ସାମାଜିକ ଜୀବନରୁ ଦୂରେଇ ଦେବା ସହିତ କଠୋର ଇସ୍‌ଲାମୀୟ ଚିନ୍ତାଧାରା ପୋଷଣ କରି ଭିନ୍ନ ମତଧାରୀଙ୍କୁ କଡ଼ା ଦଣ୍ଡରେ ଦଣ୍ଡିତ କରୁଛି। ଭାରତ ବହୁ ଊର୍ଦ୍ଧ୍ୱକୁ ଚିନ୍ତା କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

କଏଦୀ ନମ୍ବର-୬୨୬୭୧୦

ଜେଲ ଭିତରେ ବନ୍ଦୀ ଥିବା ସବୁ ମଣିଷ କ’ଣ ଅପରାଧୀ? ସେମାନଙ୍କ ମଧ୍ୟରୁ କେତେକଙ୍କୁ ଅପରାଧୀ ବୋଲି ଶାସକ ଶ୍ରେଣୀର ରାଷ୍ଟ୍ରର ପୋଲିସ ଓ ମିଲିଟାରୀ...

ସସମ୍ମାନେ ଇଚ୍ଛାମୃତ୍ୟୁ

କଥାରେ ଅଛି, ”ମରଣଠାରୁ ଘୋଷରା ବଳେ“। ଏହାର ଅର୍ଥ ହେଲା, ମୃତ୍ୟୁ ଅପେକ୍ଷା ଏହା ପୂର୍ବର ରୁଗ୍‌ଣ ତଥା ଶଯ୍ୟାଶାୟୀ ଜୀବନ ଅଧିକ ଯନ୍ତ୍ରଣାଦାୟକ। ଆମ...

ଭାରତୀୟ ଜୀବନଚର୍ଯ୍ୟା

ଜିକାଲି ବିଭିନ୍ନ କାରଣ ହେତୁ ରୋଗୀ ଓ ଭୋଗୀଙ୍କ ସଂଖ୍ୟା ବଢ଼ି ଚାଲିିଛି। ଜୀବନଚର୍ଯ୍ୟାରେ ପରିବର୍ତ୍ତନ ହେତୁ ସାମାଜିକ ବିଶୃଙ୍ଖଳା ସୃଷ୍ଟି ହେବା ସହ ବ୍ୟକ୍ତିଗତ...

ମନୋସାମାଜିକ ଯତ୍ନ ଓ ବିପର୍ଯ୍ୟୟ

ମେ ଜାଣୁ ଯେ ପ୍ରାକୃତିକ ବା ମନୁଷ୍ୟକୃତ ବିପର୍ଯ୍ୟୟ ଯେକୌଣସି ସମୟରେ ଆମ ସାମ୍ନାରେ ଆସି ଉଭା ହୋଇପାରେ। ଏହି ବିପର୍ଯ୍ୟୟ ଏକ ଘଟଣା ବା...

କେବେ ଆୟତ୍ତ ନ ଥିଲା

ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ ଓ କଶ୍ମୀରରେ ନିର୍ବାଚନ ଅନୁଷ୍ଠିତ ହୋଇ ଏବେ ସେଠାରେ ଗଣତାନ୍ତ୍ରିକ ଉପାୟରେ ସରକାର ଗଠନ ହୋଇଛି। ନୂଆ ସରକାର...

ଏଇ ଭାରତରେ

ପିଲାଙ୍କ ଖୁସି ପାଇଁ ମା’ ବାପା ନିଜ ଜୀବନ ଦେବାକୁ ବି ପଛାନ୍ତି ନାହିଁ। କିନ୍ତୁ କେହି କେବେ ନିଜ ସନ୍ତାନକୁ ଜୀବନରୁ ମାରିଦେବା ପାଇଁ...

ଯେତେବେଳେ ଯେଉଁ କଥା

ପ୍ରାତଃଭ୍ରମଣରୁ ଫେରି ବୈଠକଘରେ ବସି ପତ୍ନୀ ପ୍ରାଣାୟାମ କରିବା ପରେ ମୋତେ କହିଲେ, ବଜାର ଯାଇ କଞ୍ଚାଲଙ୍କା, ଧନିଆପତ୍ର, ସାରୁ, କଖାରୁ, ପୋଟଳ, ଟମାଟୋ, ଲେଉଟିଆ...

ଓଡ଼ିଆ ଭାଷା ଓ ତା’ର ସୁରକ୍ଷା

ଭାଷା ଏକ ନଦୀ ଭଳି ପ୍ରବହମାନ। ନଦୀରେ କେତେ ନାଳ ଓ ଜଳଧାର ମିଶି ମୂଳ ନଦୀରେ ବିଲୀନ ହୁଏ। ସେହି ନ୍ୟାୟରେ ଓଡ଼ିଆ ଭାଷାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri