‘ଯମୁନା’ ପାଇଁ ଯନ୍ତା ପ୍ରସ୍ତୁତ

ବାରିପଦା,୧୬ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଅଞ୍ଚଳରେ ଘୂରିବୁଲୁଥିବା ମହାବଳ ବାଘୁଣୀ ‘ଯମୁନା’ ଚିନ୍ତାର କାରଣ ପାଲଟିଛି। କୋର୍‌ ଅଞ୍ଚଳ ଛାଡ଼ି ସେ ବଫର୍‌ ଅଞ୍ଚଳକୁ ପ୍ରବେଶ କରିବା ମାତ୍ରେ ତାକୁ ତୁରନ୍ତ ଧରିବା ପାଇଁ ବନ ବିଭାଗର ଟିମ୍‌ ଯନ୍ତା ଧରି ସଜାଗ ହୋଇ ରହିଛି। ୪ ଦିନ ତଳେ ଶିମିଳିପାଳ ମଧ୍ୟରେ ଥିବା ଏକ ପର୍ଯ୍ୟଟନସ୍ଥଳୀରେ ଜଣେ ପର୍ଯ୍ୟଟକଙ୍କୁ ‘ଯମୁନା’ ଆକ୍ରମଣ ଉଦ୍ୟମ କରିଥିବା ପ୍ରଚାରିତ ହୋଇଥିଲା। ଏହି ଖବରକୁ ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡା. ପ୍ରକାଶ ଚାନ୍ଦ ଗୋଗିନେନୀ ଗୁଜବ କହି ଖଣ୍ଡନ କରିଥିବା ବେଳେ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଶୁକ୍ରବାର ଯଶିପୁରରୁ ଏକ ସ୍ବତନ୍ତ୍ର ଯନ୍ତା ଡୁକୁରା ରେଞ୍ଜ କାର୍ଯ୍ୟାଳୟରେ ପହଞ୍ଚତ୍ଛି। ଯମୁନା ସମ୍ପକର୍ର୍ିତ ତଥ୍ୟ ବନ ବିଭାଗ ଗୋପନ ରଖିବାକୁ ଚେଷ୍ଟା କରୁଥିବା ଆଲୋଚନା ହେଉଛି। ଗୋଟିଏ ପରିବେଶରୁ ଅନ୍ୟ ଏକ ପରିବେଶକୁ ଅଣାଯାଉଥିବା ବାଘୁଣୀ ପାଇଁ ବ୍ୟବସ୍ଥାରେ ତ୍ରୁଟି ଥିବା ପ୍ରାଣୀପ୍ରେମୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
କୋର୍‌ ଅଞ୍ଚଳରେ ବାଘୁଣୀ ‘ଯମୁନା’କୁ ଛଡ଼ାଯିବା ପରେ ସେ ନିଜର ବାସସ୍ଥଳୀ ପ୍ରସ୍ତୁତ କରିବା ପାଇଁ ପ୍ରୟାସ ଜାରି ରଖିଛି। ପର୍ଯ୍ୟଟନସ୍ଥଳୀଟି କୋର୍‌ ଅଞ୍ଚଳରେ ରହିଥିବାରୁ ସେଠାରେ ଯମୁନା ପ୍ରବେଶ କରିବା ସ୍ବାଭାବିକ କଥା। ନିଜର ସୁରକ୍ଷିତ ଅଞ୍ଚଳ ବାଛିବା ପାଇଁ ‘ଯମୁନା’କୁ କିଛି ଦିନ ସମୟ ଲାଗିବ। ଖାଦ୍ୟ ପାଇଁ ଶିକାର କରିବା ଉଦ୍ଦେଶ୍ୟରେ ‘ଯମୁନା’ ବୁଲୁଥିବା ବେଳେ ତାର ଗତିବିଧି ଉପରେ ସମ୍ପୂର୍ଣ୍ଣ ନଜର ଦିଆଯାଇଛି। ସେହିପରି ଗୋଟିଏ ନୂଆ ଅଞ୍ଚଳରେ ବାଘୁଣୀକୁ ଛଡ଼ାଯିବା ପରେ କୌଣସି ଅଘଟଣ ପୂର୍ବରୁ ତାକୁ ଜରୁରିକାଳୀନ ପରିସ୍ଥିତିରେ କାବୁ କରିବା ପାଇଁ ଯନ୍ତା ଓ ଡାକ୍ତରୀଦଳ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ବନ ବିଭାଗର ସ୍ବତନ୍ତ୍ର ଟିମ୍‌ ଯମୁନାର ଗତିବିଧି ଉପରେ ୨୪ ଘଣ୍ଟିଆ ସତର୍କ ଦୃଷ୍ଟି ରଖିଛନ୍ତି ବୋଲି ଡ. ଗୋଗିନେନୀ କହିଛନ୍ତି।
ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ବଫର ଅଞ୍ଚଳରେ ଲୋକେ ବସବାସ କରୁଥିବା ସ୍ଥାନକୁ ଯମୁନାର ଅନୁପ୍ରବେଶ ଘଟିଲେ ତାର ଜୀବନ ପ୍ରତି ବିପଦ ରହିଛି। ବାଘ ସ୍ଥାନାନ୍ତରଣ ଓ ଛାଡ଼ିବା ପ୍ରକ୍ରିୟାରେ ତ୍ରୁଟି ଥିବା ନେଇ ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କହିିଛନ୍ତି। ମହାରାଷ୍ଟ୍ରର ସମତଳ ଶାଗୁଆନ ଜଙ୍ଗଲରେ ଯମୁନା ପରିବାର ସହ ରହି ଶିକାର କରୁଥିଲା। ଶାଗୁଆନ ଜଙ୍ଗଲରୁ ଶିମିଳିପାଳର ବଣପାହାଡ଼ଘେରା ଜଙ୍ଗଲ ମଧ୍ୟରେ ତାକୁ ଛାଡ଼ିବା ପୂର୍ବରୁ ଅଭୟାରଣ୍ୟର ଜଳବାୟୁ ଓ ପରିବେଶ ସହିତ ସେ କିପରି ନିଜକୁ ଖାପ ଖୁଆଉଛି ତାହା ଅନୁଶୀଳନ କରିବା ଅତ୍ୟନ୍ତ ଆବଶ୍ୟକତା ଥିଲା। ଯମୁନା ଶିମିଳିପାଳର ବନ୍ୟ ଜନ୍ତୁଙ୍କ ସହ ମିଶିବା ପାଇଁ ବନ ବିଭାଗ ପକ୍ଷରୁ କୌଣସି ପ୍ରଚେଷ୍ଟା କରାଯାଇ ନାହିଁ। ତାକୁ ଧରି ଆଣିବା ମାତ୍ରେ ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ି ଦିଆଯାଇଛି। ଏପରିକି ଏନ୍‌କ୍ଲୋଜରକୁ ବୃଦ୍ଧି କରାଯାଇ ଶିମିଳିପାଳର ବନ୍ୟ ଜନ୍ତୁଙ୍କ ସହ ପରିଚିତ କରାଇବା ନିତାନ୍ତ ଆବଶ୍ୟକତା ରହିଛି। ସେହିପରି ଶିମିଳିପାଳ ଚାରିପାଖରେ ରହିଥିବା ୧୨୬୦ଟି ଗ୍ରାମର ଲୋକଙ୍କୁ ବାଘୁଣୀଠାରୁ ସୁରକ୍ଷିତ ରହିବା ସମ୍ପର୍କରେ କୌଣସି ସଚେତନ କରାଯାଇ ନାହିଁ। ଫଳରେ ବାଘୁଣୀ ଗଁାକୁ ପ୍ରବେଶ କରିବା ମାତ୍ରେ ଲୋକଙ୍କ ଆକ୍ରୋଶର ଶିକାର ହୋଇପାରେ ବୋଲି ଆଶଙ୍କା ରହିଛି। ଏପରି ସ୍ଥଳେ ବନ କର୍ମଚାରୀମାନଙ୍କୁ ମଧ୍ୟ ଆକ୍ରମଣର ଭୟ ଘାରିଛି। ତେବେ ଆବଶ୍ୟକ ବ୍ୟବସ୍ଥା କରା ନ ଗଲେ ବିଗତ ଦିନର ସାତକୋଶିଆର ମହାବଳ ବାଘ ସୁନ୍ଦରୀ ପରି ଅବସ୍ଥା ଆସିପାରେ କିମ୍ବା ଯମୁନାକୁ ନନ୍ଦନକାନନ ସ୍ଥାନାନ୍ତର କରାଯିବା ସମ୍ଭାବନା ଉପୁଜିବାରେ ଲାଗିଛି ା ମନଇଚ୍ଛା ମିଶନକୁ ସଫଳ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଫଳ ହେବ ବୋଲି ଆଚାର୍ଯ୍ୟ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା ଘଟଣା: ପ୍ରତିବାଦ କଲା ଗଞ୍ଜାମ ବିଜେଡି

ଗଜପତି,୧୫।୪(ଗିରିଧାରୀ ପରିଛା): ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ବିଜେଡି ବିରୋଧ ପ୍ରଦର୍ଶନ କରିଛି। ମଙ୍ଗଳବାର ବଲାଙ୍ଗୀର ଜିଲା ପାଟଣାଗଡରେ ଗଜପତି...

ରାଜ୍ୟରେ ବଢୁଛି ନାରୀ ନିର୍ଯାତନା: ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ କଂଗ୍ରେସର ପ୍ରତିବାଦ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ମଙ୍ଗଳବାର ସଂଧ୍ୟାରେ ବରଗଡ଼ ନଗର ଓ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଓଡିଶାରେ ବଢୁଥିବା...

ଦୈତାରୀ ଥାନା ଅଞ୍ଚଳରେ ମାଓ ଚଳପ୍ରଚଳକୁ ମିଥ୍ୟା ସୂଚନା ଦେଇଥିବା ବନ କର୍ମଚାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠନ

କେନ୍ଦୁଝର,୧୫।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦୈତାରୀ ଥାନା ଅଞ୍ଚଳରେ ମାଓ କାର୍ଯ୍ୟକଳାପକୁ ନେଇ ମିଥ୍ୟା ପ୍ରଚାରକୁ ନେଇ କେନ୍ଦୁଝର ପୋଲିସ ତଦନ୍ତ ଆରମ୍ଭ କରିଛି। ଏନେଇ...

ଗାଈ ଚରାଇବାକୁ ଯାଇଥିଲେ,ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପଟ୍ଟାଙ୍ଗି,୧୫ା୪(ଶରତ କୁମାର ଧଳ)-ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତର ମିରିଆଲପାଡୁ ଗ୍ରାମର ପାମିଆ ବଲୁଙ୍କୁ ଗ୍ରାମବାସୀ ଉଦ୍ଧାର...

ମାରୱାଡୀ ଯୁବ ମଞ୍ଚର କର୍ମକର୍ତ୍ତା ଚୟନ

କେସିଙ୍ଗା,୧୫.୪(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ଅଗ୍ରଣୀ ଅନୁଷ୍ଠାନ ମାରୱାଡ଼ୀ ଯୁବାମଞ୍ଚର କର୍ମକର୍ତ୍ତା ଗୌରୀ ଶଙ୍କର ମନ୍ଦିର ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇ...

କେରଳରେ ବସ୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ମୋହନା,୧୫ା୪ (ମନ୍ମଥ ମିଶ୍ର): ଗଜପତିରେ ପୁଣି ଦାଦନ ଦୁଃଖ। କେରଳରେ ବସ ଧକ୍କାରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ମୋହନା ଥାନା...

ନାରୀ ନିର୍ଯାତନା-ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦ: ଦାରିିଙ୍ଗବାଡ଼ିରେ କଂଗ୍ରେସର ମଶାଲ ଶୋଭାଯାତ୍ରା

ଦାରିଙ୍ଗବାଡି,୧୫।୪ (ଅରୁଣ ସାହୁ)- ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ଓ ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କଂଗ୍ରେସ ପକ୍ଷରୁ ମଶାଲ...

ପଞ୍ଚାୟତ ଉପ-ନିର୍ବାଚନ ପୂର୍ବରୁ ଅଗ୍ନିପରୀକ୍ଷା, କ’ଣ କରିବ ବିଜେଡି? କଂଗ୍ରେସ ପାଇଁ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର,୧୫।୪: ଲୋକପ୍ରିୟତାର ପରୀକ୍ଷା ହେବ ଉପ ନିର୍ବାଚନ। ଛୋଟ ନିର୍ବାଚନ ହେଲେ ଦେଖେଇବ ବଡ଼ ପ୍ରଭାବ। ଆଗକୁ ରାଜ୍ୟର ପ୍ରମୁଖ ୩ଦଳ ବିଜେଡି ଭାଜପା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image