ପୁରୀରେ ଉଚ୍ଛେଦକୁ ବର୍ଷେ ପୂରିଲା: ବିକାଶରେ କରୋନା ସାଜିଛି କଣ୍ଟା

ପୁରୀ ଅଫିସ,୨୦ା୮: ପୁରୀ ହେବ ବିଶ୍ୱ ଐତିହ୍ୟ ସହର। ବଦଳିଯିବ ଏହାର ରୂପରେଖ। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଏହା ପରିଗଣିତ ହେବ। ଭକ୍ତ, ପର୍ଯ୍ୟଟକଙ୍କୁ ଅତ୍ୟାଧୁନିକ ସେବା ସୁବିଧା ମିଳିବ। ଏଥିପାଇଁ ଭିତ୍ତିଭୂମିର ବିକାଶ, ନୂଆ ବହୁଥାକିଆ ରାସ୍ତା, ସେତୁ, ହ୍ରଦ, ମାର୍କେଟ କମ୍ପ୍ଲେକ୍ସ, ପାର୍କିଂ ଆଦି କରାଯିବ। ଏତଦ୍‌ବ୍ୟତୀତ ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରି କଡ଼ରୁ ୭୫ମିଟର ପରିଧି (ଶ୍ରୀମନ୍ଦିର ସୁରକ୍ଷା ଜୋନ) ମଧ୍ୟରେ ଥିବା ଜାଗା ଖାଲି କରାଯିବ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ଗତବର୍ଷ ଅଗଷ୍ଟ ୧୯ ତାରିଖରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ମେଘନାଦ ପାଚେରିକୁ ଲାଗି ରହିଥିବା ନିର୍ମାଣ ଉଚ୍ଛେଦ କରାଯାଇଥିଲା। ସେହିଦିନ ପ୍ରଥମେ ଦକ୍ଷିଣ ପାର୍ଶ୍ୱରୁ ଭଙ୍ଗା ଅଭିଯାନ ଆରମ୍ଭ ହୋଇଥିଲା। ଖଜା ଦୋକାନ, ଦୁଇ ମହଲା ବିଶିଷ୍ଟ ଶୌଚାଳୟ, କ୍ଲୋକ୍‌ ରୁମ୍‌, ଜୋତା ଷ୍ଟାଣ୍ଡ, ପିଏଚ୍‌ଡି ପମ୍ପ ହାଉସ୍‌ ପ୍ରଭୃତି ଭଙ୍ଗାଯାଇଥିଲା। ଶୌଚାଳୟ ପାଖରେ ମେଘନାଦ ପାଚେରିକୁ ଲାଗି ଗଦା ହୋଇଥିବା ଅଳିଆ ଆବର୍ଜନା ମଧ୍ୟ ସଫା କରାଯାଇଥିଲା। ଏହାପରେ ସିଂହଦ୍ୱାର ନିକଟ ଅର୍ଥାତ୍‌ ପୂର୍ବପାର୍ଶ୍ୱରେ ଥିବା ବିଭିନ୍ନ ନିର୍ମାଣ ସମେତ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା କେନ୍ଦ୍ର, ସିଂହଦ୍ୱାର ପୋଲିସ ଫାଣ୍ଡି, ପଶ୍ଚିମ ପାର୍ଶ୍ୱରେ ଥିବା ସେସୁ ଅଫିସ, ଶ୍ରୀମନ୍ଦିର ବିଦ୍ୟୁତ୍‌ କାର୍ଯ୍ୟାଳୟ ଓ ଶୌଚାଳୟକୁ ଭଙ୍ଗାଯାଇଥିଲା। ବୁଧବାର ଏହି ଉଚ୍ଛେଦ ଅଭିଯାନକୁ ବର୍ଷେ ପୂରିଯାଇଛି। ଅନେକ ପୁରାତନ ମଠ, ମନ୍ଦିର, ମାର୍କେଟ କମ୍ପ୍ଲେକ୍ସ, ବ୍ୟବସାୟ ପ୍ରତିଷ୍ଠାନ, ଘରଦ୍ୱାର ଉଚ୍ଛେଦ କରାଯାଇଛି। କିନ୍ତୁ କାମ ସରିନାହିଁ। ତେବେ କରୋନା ପାଇଁ ଗତ ମାର୍ଚ୍ଚ ୧୫ରୁ ଉଚ୍ଛେଦ ଅଭିଯାନ ବନ୍ଦ ରହିଛି। ଫଳରେ ଆଗେଇ ପାରିନି ଶ୍ରୀମନ୍ଦିର ଐତିହ୍ୟ କରିଡ଼ର କାମ। ସେହିପରି ଗତ ଜାନୁୟାରୀ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିବା ୭ଟି ମେଗା ପ୍ରକଳ୍ପ ସାଙ୍ଗକୁ ସ୍ବର୍ଗଦ୍ୱାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବି କରୋନା ପାଇଁ ବାଧାପ୍ରାପ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri