Categories: ଜାତୀୟ

୪ ବର୍ଷ ପୂରଣ କରି ରେକର୍ଡ କଲେ ଯୋଗୀ ସରକାର

ଲକ୍ଷ୍ନୌ,୧୯।୩: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଭାଜପା ସରକାର ୪ ବର୍ଷ ପୂରଣ କରିଛନ୍ତି। ମାର୍ଚ୍ଚ ୧୯, ୨୦୧୭ରେ ଗୋରଖପୁର ଲୋକ ସଭା ନିର୍ବାଚନମଣ୍ଡଳୀର ତତ୍କାଳୀନ ଏମ୍‌ପି ଯୋଗୀ ଆଦିତ୍ୟନାଥ ଦେଶର ବୃହତ୍ତମ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟର ଦାୟିତ୍ୱ ଗ୍ରହଣ କରିଥିଲେ। ଯୋଗୀ ଆଦିତ୍ୟନାଥ ୪ ବର୍ଷ କାର୍ଯ୍ୟକାଳ ମଧ୍ୟରେ ତାଙ୍କ ଯୋଜନା ମାଧ୍ୟମରେ ଅନେକ ସଫଳତା ହାସଲ କରିଛନ୍ତି। ଏଥି ସହ ଭାଜପାର ମୁଖ୍ୟମନ୍ତ୍ରୀ ଭାବେ ସେ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ହେଉଛନ୍ତି ଭଜପାର ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ଉତ୍ତର ପ୍ରଦେଶ ସରକାରରେ ଏତେ ଲମ୍ବା କାର୍ଯ୍ୟକାଳ ପୂରଣ କରିଛନ୍ତି। ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଉତ୍ତରପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ କ୍ଷମତାରେ ୪ ବର୍ଷ ପୂରଣ କରିଛନ୍ତି। ୧୮ ମାର୍ଚ୍ଚ ୨୦୨୧ରେ, ସେ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟକାଳର ୧,୪୬୦ ଦିନ ପୂରଣ କରିଛନ୍ତି। ଏହା ସହ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ପ୍ରଥମ ଭାଜପା ନେତା, ଯିଏ ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି। ଯୋଗୀ ଆଦିତ୍ୟନାଥଙ୍କ ପୂର୍ବରୁ ଭାଜପାର ରାଜନାଥ ସିଂ, ରାମ ପ୍ରକାଶ ଗୁପ୍ତା ଏବଂ କଲ୍ୟାଣ ସିଂ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହି ତିନିଜଣ ମୁଖ୍ୟମନ୍ତ୍ରୀ ୨୧ ସେପ୍ଟେମ୍ବର ୧୯୯୭ରୁ ମାର୍ଚ୍ଚ ୨୦୦୨ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ୫ ବର୍ଷ ମଧ୍ୟରେ ଭାଜପାର ଏହି ତିନି ନେତାଙ୍କୁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳିଥିଲା କିନ୍ତୁ ଏତେ ଦିନ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର କୌଣସି ମୁଖ୍ୟମନ୍ତ୍ରୀ ରହି ନ ଥିଲେ।

Share