ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗସ୍ତ ପୂର୍ବରୁ ପୋଲିସ କଂଗ୍ରେସ କର୍ମୀଙ୍କୁ ଥାନାକୁ ଉଠାଇନେଇଛି। କର୍ମୀମାନେ କଳା ଡ୍ରେସ୍‌ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୋହନ ମାଝୀ ଗୋ ବ୍ୟାକ୍‌ ସ୍ଲୋଗାନ ଦେଇଥିଲେ। ଜିଲାକୁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ନାହାନ୍ତି। ମୁଁ ବିକାଉ ନୁହେଁ, ଟିକାଉ କହି ଖଣି ଚୋରଙ୍କୁ ଜେଲରେ ଭର୍ତ୍ତି କରିବେ ଓ ଡିଏମ୍‌ଏଫ ଦୁର୍ନୀତିର ତଦନ୍ତ କରିବେ କହିଥିଲେ। ବିରୋଧୀ ଦଳରେ ଥାଇ ଏହାକୁ କହିଥିଲେ। କିନ୍ତୁ ଏବେ କିଛି କଲେ ନାହିଁ। ସରକାରରେ ଥାଇ ୧୦୦ ଦିନରେ ନିଜ ଜିଲାରେ ସେଭଳି ଆଖି ଦୃଶିଆ କୌଣସି କାର୍ଯ୍ୟ କଲେ ନାହିଁ। ଏପରିକି ଇସ୍ପାତ କାରଖାନା ପ୍ରତିଷ୍ଠା ନେଇ ଦୃଢ଼ ପ୍ରତିଶ୍ରୁତି ଦେଲେ ନାହିଁ। କିନ୍ତୁ ଏବେ ନିଜେ ଶାସନରେ ରହି ଫେରାଇବା ପାଇଁ ନା ଧରିଲେ ନାହିଁ ଆଦି ଦଳୀୟ ନେତା ଓ କର୍ମୀମାନେ ମତ ଦେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ବିରୋଧ କରିବା ଆଶଙ୍କା କରି ପୋଲିସ ପୂର୍ବରୁ ଉଠାଇ ନେଇଥିବାରୁ ସେସବୁର ଜବାବ ଦିଅନ୍ତୁ ବୋଲି କଂଗ୍ରେସ ଯୁବ ମୋର୍ଚ୍ଚା ସଭାପତି ସୁନେଶ ଧୀର କହିଛନ୍ତି।