ରାଉରକେଲା ଅଫିସ,୪।୮: ରାଉରକେଲା ରେଲଓ୍ବେ ଷ୍ଟେଶନ ଡାଉନ୍ ଲାଇନରେ ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ହେଲେ ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ଏ ନେଇ ରାଉରଜେଲା ଜିଆରପି ଏକ ଅପମୃତ୍ୟୁ ମାମଲା (ନଂ.୪୯।୨୨) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ବାସନ୍ତୀ କଲୋନୀ ରେଲୱେ ଫାଟକ ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ଜିଆରପି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହକୁ ଜବତ କରି ଆରଜିଏଚ୍ ମର୍ଗ ହାଉସ୍ରେ ରଖିଛି। କୌଣସି ମାଲବାହୀ ଗାଡି ଧକ୍କାରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ ଅନୁମାନ କରୁଛି।