Advertisement

ପ୍ରେମିକଙ୍କୁ ଅପହରଣ କରି ବନ୍ଧାହେଲେ ପ୍ରେମିକା, ୧୦ ଲକ୍ଷ ଟଙ୍କାର ବି ରଖିଥିଲେ ମୁଣ୍ଡ ଜାମିନ

ଭୁବନେଶ୍ୱର,୨ା୪: ରାଜଧାନୀ ଭୁବନେଶ୍ୱରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ସବୁବେଳେ ଖବର ଆସେ ପ୍ରେମିକାଙ୍କୁ ଅପହରଣ କରିନେଇଛନ୍ତି ପ୍ରେମିକ। ମାତ୍ର ଆଜିର ଘଟଣା ଟିକେ ନିଆରା। ପ୍ରେମିକଙ୍କୁ ଅପହରଣ କରି ନେଇ ପ୍ରେମିକା ପୋଲିସ ହାତରେ ବନ୍ଧା ହୋଇଛନ୍ତି।

ପ୍ରେମିକାଙ୍କ ସହ ୪ ଅପହରଣକାରୀଙ୍କୁ ଧରିଛି କମିଶନରେଟ ପୋଲିସ। ପ୍ରେମିକାଙ୍କ ଘର ଝାଡ଼ଖଣ୍ଡ ହୋଇଥିବାବେଳେ ଲିଭ୍‌ ଇନ୍‌ରେ ରହୁଥିଲେ। ତେବେ ପ୍ରେମିକଙ୍କ ଉପରେ ପ୍ରତିଶୋଧ ନେବାକୁ ଯାଇ ଝାରପଡ଼ାରୁ ଉଠାଇ ଆଣିଥିଲେ ପ୍ରେମିକା।

ଖାଲି ଏତିକି ନୁହେଁ, ଅପହରଣ ପରେ ୧୦ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ବି ରଖିଥିଲେ ପ୍ରେମିକା। ଭଉଣୀଙ୍କ ପ୍ରେମିକଙ୍କୁ ଲଗାଇ ଏକ ଭଡ଼ା ଘରେ ରଖି ପ୍ରେମିକଙ୍କୁ ପ୍ରେମିକା ଜଣଙ୍କ ଅତ୍ୟାଚାର କରୁଥିବା ପୋଲିସ ଜାଣିବାକୁ ପାଇଛି। ଏନେଇ ଅଧିକ ତଦନ୍ତ ଜାରି କରିଛି କମିଶନରେଟ୍‌ ପୋଲିସ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: kidnaplover