କାର୍‌ ଭିତରେ ହେଲମେଟ୍‌ ନ ପିନ୍ଧିବାରୁ ଯୁବ ସାମ୍ବାଦିକଙ୍କୁ  ଜରିମାନା!

ଉତ୍ତରପ୍ରଦେଶ,୨୬।୮: କାର୍‌ ଭିତରେ ହେଲମେଟ୍‌ ନ ପିନ୍ଧିବାରୁ ଜରିମାନା ଦଣ୍ଡ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶରେ।  ଜଣେ ଯୁବ ସାମ୍ବାଦିକ  କାର୍‌ ଭିତରେ ହେଲମେଟ ନ ପିନ୍ଧିବାରୁ ତାଙ୍କ ପାଖକୁ ଜରିମାନା ି। ନଅ ମାସ ପୂର୍ବେ, ରାମପୁରଠାରୁ ୧୮୮ କିଲୋମିଟର ଦୂରରେ ଥିବା ଗୌତମ ବୁଦ୍ଧ ନଗରରେ ତୁଷାର ସାକ୍ସେନା ନାମକ ଜଣେ ସାମ୍ବାଦିକଙ୍କଠାରୁ ପୋଲିସ ହଜାରେ ଟଙ୍କା ଜରିମାନା ଆଦାୟ କରିଥିଲା ।
ପ୍ରଥମେ ସେ ଏହାକୁ ଭୁଲ ଭାବି ଅଣଦେଖା କରୁଥିଲେ । ପରେ ବହୁ ମେଲ ଆସିବାରୁ ସେ ଏହାକୁ ନେଇ ଅଭିଯୋଗ କରିଛନ୍ତି । ସାମ୍ବାଦିକଙ୍କ କହିବା ଅନୁସାରେ, ସେ କେବେବି ନିଜ କାରକୁ ଏନ୍‌ସିଆର ଅଞ୍ଚଳରେ ଚଳାଇ ନାହାଁନ୍ତି । ଏହା ଛଡ଼ା କାରର ଭିତରେ  ହେଲମେଟ୍‌ର କି ଆବଶ୍ୟକତା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଯଦି ସେ ଉକ୍ତ ଅର୍ଥକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପୈଠ ନ କରନ୍ତି ତେବେ ତାଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ ବୋଲି ପୋଲିସ ଚେତାବନୀ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଗତ ବର୍ଷ ମାର୍ଚ୍ଚରେ ତୁଷାର ଧଳା ହୁଣ୍ଡାଇ କାର କିଣିଥିଲେ।

Share