Advertisement

ଧାନବିଲରୁ ମିଳିଲା ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ, ପାଖରେ ପଡ଼ିଥିଲା ଟାଙ୍ଗିଆ

ବୌଦ୍ଧ,୧୭ା୧(ଡି.ଏନ୍‌.ଏ.): ବୌଦ୍ଧ ଜିଲା ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମର ୫୭ ନଂ. ଜାତୀୟ ରାଜପଥ ପାର୍ଶ୍ୱ ଏକ ଧାନବିଲରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ ଜବତ କରିଛି ବୌଦ୍ଧ ପୋଲିସ। ଏହା ସହିତ ମୃତଦେହ ନିକଟରେ ପଡ଼ିଥିବା ଏକ ଟାଙ୍ଗିଆକୁ ମଧ୍ୟ ଜବତ କରିଛି ପୋଲିସ।

ସୂଚନାନୁଯାୟୀ, ସରସରା ଗ୍ରାମର ଅନାମୁ ମିର୍ଦ୍ଧା ନାମକ ଯୁବକଙ୍କ ମୃତଦେହ ରାସ୍ତାକଡ଼ର ଏକ ଧାନ ବିଲରେ ପଡ଼ିଥିବା ଦେଖିବାକୁ ମିଳିଛି। ଅନାମୁଙ୍କୁ ଟାଙ୍ଗିଆରେ ହତ୍ୟା କରାଯାଇଥିବା ପାରିପାଶର୍‌ବିକ ପରିସ୍ଥିତିରୁ ଜଣାପଡୁଛି। ଜଣେ ମେଳାପୀ ଯୁବକ ହୋଇଥିବାରୁ ତାଙ୍କୁ କିଏ ଓ କାହିଁକି ବୀଭତ୍ସ ଭାବେ ହତ୍ୟା କରିଛି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଘଟଣାସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଅନ୍ୟପଟେ ପରିବାର ଲୋକ ପକ୍ଷରୁ ମଧ୍ୟ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share