Categories: ଫୁରସତ

ଗର୍ଲଫ୍ରେଣ୍ଡଙ୍କୁ ଭେଟିବାକୁ ଆସି କୁଲର୍‌ ଭିତରେ ଲୁଚିଗଲେ ଯୁବକ, ତା’ପରେ ଘଟିଲା ଏମିତି

ଆଜିକାଲି ପ୍ରେମ ପାଇଁ ଯୁବତୀଯୁବକ କିଛି ବି କରିବାକୁ ପଛାଉନାହାନ୍ତି। ନିକଟରେ ଜଣେ ପ୍ରେମିକ ପ୍ରେମିକାଙ୍କୁ ତାଙ୍କ ଘରକୁ ଭେଟିବାକୁ ଯାଇ ହଟହଟା ହୋଇଛନ୍ତି। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯୁବକ ଜଣକ ମଧ୍ୟରାତ୍ରିରେ ନିଜ ଗର୍ଲଫ୍ରେଣ୍ଡଙ୍କୁ ଭେଟିବାକୁ ପହଞ୍ଚିଛନ୍ତି। କିନ୍ତୁ ଝିଅର ପରିବାର ଏନେଇ ସୁରାକ୍‌ ପାଇଯାଆନ୍ତି। ଯୁବକ ଜଣକ ଯୁବତୀଙ୍କ ପରିବାରଠାରୁ ବର୍ତ୍ତିବା ପାଇଁ କୁଲରରେ ଲୁଚି ରହିଥାଏ। କିନ୍ତୁ ଯୁବକଙ୍କ ଏହି କୌଶଳ କାମ କରେ ନାହିଁ। ଯୁବତୀଙ୍କ ପରିବାର ତାଙ୍କୁ ଧରି ଦିଅନ୍ତି। କୁଲରରେ ଥିବା ଯୁବକଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। କୁହାଯାଉଛି ଯେ ଏହି ଭିଡିଓ ରାଜସ୍ଥାନର ଅଟେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓ ଦେଖିଛନ୍ତି। ଏଥି ସହିତ ଲୋକମାନେ ଏହା ଉପରେ ପ୍ରତିକ୍ରିୟା କରୁଛନ୍ତି।

Share